Odisha Link
Bridging the Missing Links in Odisha

ଆସନ୍ତା ୫ଦିନ ସ୍କୁଲ ଛୁଟି

ଓଏଲ୍‌ ବ୍ୟୁରୋ: ଦେଶରେ ଶୀତ ଲହରୀ ଲାଗି ରହିଛି। କିଛିଦିନ ଶୀତର ପ୍ରକୋପ କମିଥିଲା ସତ କିନ୍ତୁ ଏବେ ପୁଣିଥରେ ଶୀତ ବଢ଼ିବାରେ ଲାଗିଛି। ଏସବୁ ମଧ୍ୟରେ ଦିଲ୍ଲୀରେ ଆଗାମୀ ୫ ଦିନ ଯାଏ ସ୍କୁଲ ଛୁଟି ରହିବ। ୫ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ଛୁଟି ଘୋଷଣା କରିଛନ୍ତି ଦିଲ୍ଲୀ ସରକାର।

ଦିଲ୍ଲୀ ଶିକ୍ଷା ମନ୍ତ୍ରୀ ଅତିଶି ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ସୂଚନା ଦେଇ ଲେଖିଛନ୍ତି, ପ୍ରବଳ ଶୀତ ଯୋଗୁଁ ନର୍ସରୀରୁ ୫ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଦିଲ୍ଲୀର ସମସ୍ତ ସ୍କୁଲ ଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। ସୂଚନାଥାଉକି, ଜାନୁଆରୀ ୧ ତାରିଖରୁ ଦିଲ୍ଲୀରେ ଶୀତ ଛୁଟି ଯୋଗୁ ସ୍କୁଲ୍ ଗୁଡ଼ିକ ବନ୍ଦ ଅଛି। ଆସନ୍ତାକାଲିଠାରୁ ସ୍କୁଲ ଖୋଲିବ। ତେବେ ତା’ ପୂର୍ବରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ୍‌ଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି।

ଶନିବାର ଦିଲ୍ଲୀ ସରକାର ଏକ ନିର୍ଦ୍ଦେଶ ଜାରି କରି ଜାନୁଆରୀ ୧୦ ତାରିଖ ପର୍ଯ୍ୟନ୍ତ ଶୀତ ଛୁଟିକୁ ବୃଦ୍ଧି କରାଗଲା ବୋଲି କହିଥିଲେ। ହେଲେ ଏହାର କିଛି ଘଣ୍ଟା ପରେ ଏହାକୁ ପ୍ରତ୍ୟାହାର କରି ନେଇଥିଲେ।