Odisha Link
Bridging the Missing Links in Odisha

ଲୁଟ୍‍ ପରେ ସ୍କୁଟିରୁ ମହିଳାଙ୍କୁ ଠେଲିଦେଲେ ଦୁର୍ବୃତ୍ତ

ବାଲେଶ୍ୱର : ବାଲେଶ୍ୱର ଜିଲା ୧୬ ନମ୍ବର ଜାତୀୟ ରାଜପଥର ସୋର ଥାନା ନିକଟରେ ଆଜି ସ୍କୁଟିରେ ଯାଉଥିବା ଜଣେ ମହିଳାଙ୍କଠାରୁ ୩ଜଣ ଦୁର୍ବୃତ୍ତ ସୁନାହାର ଲୁଟି ନେଇଥିବା ଜଣାପଡ଼ିଛି। ମହିଳା ଜଣକ ହେଉଛନ୍ତି ରୋଷୋ ଗ୍ରାମର ମାନସୀ ପଣ୍ଡା। ହାର ଲୁଟି ନେବା ପରେ ଦୁର୍ବୃତ୍ତମାନେ ମାନସୀଙ୍କୁ ସ୍କୁଟିରୁ ଠେଲି ପକାଇ ଦେଇଥିଲେ। ଆହତ ଅବସ୍ଥାରେ ମାନସୀ ସୋର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

ସୂଚନା ଅନୁସାରେ, ମାନସୀ ନିଜ ସ୍କୁଟିରେ ସୋରରୁ ଘରକୁ ଫେରୁଥିବା ବେଳେ ଥାନା ନିକଟରେ ୩ ଜଣ ଦୁର୍ବୃତ୍ତ ବାଇକରେ ଆସି ତାଙ୍କ ବେକରୁ ସୁନାହାର ଲୁଟି ନେଇଥିଲେ। ଏହାସହିତ ତାଙ୍କ ସ୍କୁଟିକୁ ଗୋଇଠା ମାରି ପକାଇ ଦେଇଥିଲେ। ସ୍ଥାନୀୟ ଲୋକେ ମାନସୀଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ କରିଛନ୍ତି। ସୋର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Comments are closed.