Odisha Link
Bridging the Missing Links in Odisha

ମଦ ବ୍ୟବସାୟ ବନ୍ଦ କରିବାକୁ ମହିଳାଙ୍କ ଆନ୍ଦୋଳନ

ସୁବର୍ଣ୍ଣପୁର : ବେଆଇନ ଭାବେ ଗଢ଼ି ଉଠିଥିବା ମଦ ଦୋକାନ ବନ୍ଦ କରିବାକୁ ସୁବର୍ଣ୍ଣପୁର ଜିଲ୍ଲାର ମହିଳାମାନେ ଆନ୍ଦୋଳନ କରିଛନ୍ତି। । ସୁବର୍ଣ୍ଣପୁର ଡୁଙ୍ଗୁରିପାଲି ଥାନା ସିଆଲି ଗାଁରେ ବେଆଇନ ମଦ ବିକ୍ରୀକୁ ଦୃଢ ବିରୋଧ କରିଛନ୍ତି ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ମାନେ। ଜିଲ୍ଲା ଅବକାରୀ ଅଧିକାରୀଙ୍କୁ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ଜଣାଇଛନ୍ତି । ଏଥି ସହିତ ଆରକ୍ଷୀ ଅଧିକାରୀଙ୍କୁ ସାକ୍ଷାତ କରି ମଦ କାରବାର ବନ୍ଦ କରିବାକୁ ନିବେଦନ କରିଛନ୍ତି । ବେଆଇନ ମଦ କାରବାର ଉପରେ ତୀକ୍ଷ୍‌ଣ ନଜର ରଖିବା ସହ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦିଆଯାଇଛି ।

Comments are closed.