Odisha Link
Bridging the Missing Links in Odisha

ହିମାଳୟ ଗଲେ ମନୋଜ ଦାସ

ପୁଦୁଚେରୀ: ଆଜି ହିମାଳୟ ଯାତ୍ରା କରିଛନ୍ତି ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଲେଖକ ଶ୍ରୀ ମନୋଜ ଦାସ। କିଛିଦିନ ପାଇଁ ସେ ହିମାଳୟର କୌଣସି ଏକ ଆଶ୍ରମରେ ଅବସ୍ଥାନ କରିବେ ବୋଲି ସୂଚନା ମିଳିଛି। ମଝିରେ ମଝିରେ ଏକାକୀତ୍ବ ସନ୍ଧାନରେ ଶ୍ରୀ ଦାସ ହିମାଳୟରେ ଅବସ୍ଥାନ କରନ୍ତି।

ବର୍ତ୍ତମାନ ଶ୍ରୀ ଅରବିନ୍ଦଙ୍କ ଲିଖିତ ସାବିତ୍ରୀ ମହାକାବ୍ୟର ଓଡ଼ିଆ ଅନୁବାଦ କରୁଥିବା ମନୋଜ ଦାସ ଆଜି ଠାରୁ ତାଙ୍କର ହିମାଳୟ ରହଣୀ କାଳରେ ଅନୁବାଦ କାର୍ଯ୍ୟକୁ ପୂରା କରିବେ ବୋଲି ତାଙ୍କ ନିକଟତମ ମହଲରୁ ସୂଚନା ମିଳିଛି।

ଉଭୟ ଓଡ଼ିଆ ଏବଂ ଇଂରାଜୀ ସାହିତ୍ୟର ଜଣେ ଜଣାଶୁଣା ଲେଖକ ମନୋଜ ଦାସ ଶ୍ରୀ ଅରବିନ୍ଦ ଦର୍ଶନର ଜଣେ ପ୍ରସିଦ୍ଧ ପ୍ରବକ୍ତା। ୧୯୬୩ ମସିହା ଠାରୁ ସେ ସପତ୍ନୀକ ପୁଦୁଚେରୀ ସ୍ଥିତ ଅରବିନ୍ଦ ଆଶ୍ରମରେ ରହି ଆସୁଛନ୍ତି। ନିଜର ସାରସ୍ବତ ସାଧନା ନିମନ୍ତେ ଶ୍ରୀ ଦାସ, ସହିତ୍ୟ ଏକାଡେମିର ସର୍ବୋଚ୍ଚ ସମ୍ମାନ ମହତ୍ତର ବ୍ୟକ୍ତିତ୍ବ (ଫେଲୋ), ସାହିତ୍ୟ ଏକାଡେମି ପୁରସ୍କାର, ସରସ୍ବତୀ ସମ୍ମାନ ଓ ପଦ୍ମଶ୍ରୀ ପ୍ରାପ୍ତ ହୋଇ ସାରିଛନ୍ତି।

Comments are closed.