Odisha Link
Bridging the Missing Links in Odisha

ଚାଇନାରେ ଭୂମିକମ୍ପ: ୧୧ମୃତ ୧୨୨ ଆହାତ

ବେଜିଂ: ଗତକାଲି ଚାଇନାର ସିଚୁଆନାରେ ଭୂମିକମ୍ପ ହୋଇଛି। ଏଥିରେ ୧୧ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨୨ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଗୋଟିଏ ହୋଟେଲ୍, ଅନେକ ଘର ଭୁଶୁଡି ପଡ଼ିଥିବାବେଳେ ଜାତୀୟ ରାଜପଥରେ ଫାଟ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ଚାଇନା ଆର୍ଥକ୍ୱେକ୍ ସେଣ୍ଟରର ସୂଚନା ଅନୁଯାୟୀ ସିଚୁଆନରେ ହୋଇଥିବା ଭୂକମ୍ପର ତୀବ୍ରତା ୫.୩ ରହିଥିଲା। ସେହିପରି ଆଜି ସକାଳେ ହୋଇଥିବା ଭୂମିକମ୍ପର ତୀବ୍ରତା ୬.୦ ରହିଛି। ଉଦ୍ଧାର କାର୍ଯ୍ୟ ପାଇଁ ଏକ ଟିମ୍ ଚାଇନା ସରକାର ପଠାଇଛନ୍ତି। ଯେଉଁଥିରେ ୬୩ ଫାୟର ଟେଣ୍ଡର ଏବଂ ୩୦୨ ଦମକଳ କର୍ମୀ ନିୟୋଜିତ ରହିଛନ୍ତି।

Comments are closed.