Odisha Link
Bridging the Missing Links in Odisha

ଆଇସିଜେ ଆଜି ଶୁଣାଇବେ କୂଳଭୁଷଣ ମାମଲାର ଅନ୍ତିମ ନିଷ୍ପତି

ନୂଆଦିଲ୍ଲୀ: ଆଜି ଭାରତୀୟ ନୌସେନା ଅଧିକାରୀ କୂଳଭୁଷଣ ଯାଦବଙ୍କ ମାମଲାରେ ଅନ୍ତରାଷ୍ଟ୍ରୀୟ ନ୍ୟାୟାଳୟରେ ବା ଆଇସିଜେରେ ଶୁଣାଣି ହେବ। କୂଳଭୁଷଣ ଯାଦବ ବର୍ତ୍ତମାନ ପାକିସ୍ତାନରେ ବନ୍ଦୀ ହୋଇ ରହିଛନ୍ତି। ଭାରତୀୟ ସମୟ ଅନୁସାରେ ସଂଧ୍ୟା ୬ଟା୩୦ରେ କୋର୍ଟ ତାଙ୍କ ନିଷ୍ପତି ଶୁଣାଇବେ ବୋଲି ସୂଚନା ରହିଛି। ପୂର୍ବରୁ ଆଇସିଜେ ଏହି ମାମଲାରେ ଫେବୃଆରୀ ୧୮ରୁ ୨୧ ଯାଏଁ ଶୁଣାଣି କରିଥିଲେ। ଆଇସିଜେର ନିଷ୍ପତି ଉପରେ ଉଭୟ ଭାରତ ଏବଂ ପାକିସ୍ତାନର ନଜର ରହିଛି। ଯଦି କୋର୍ଟଙ୍କ ନିଷ୍ପତି ଭାରତ ପକ୍ଷର ଯାଏ ତେବେ ଏହା ଏକ ବଡ ବିଜୟ ହେବ।

କୂଳଭୁଷଣଙ୍କୁ ୨୦୧୭ ମସିହାରେ ଗୁଇନ୍ଦାଗିରି କରୁଥିବା ଅଭିଯୋଗରେ ପାକିସ୍ତାନର ଏକ ସୈନ୍ୟ ଅଦାଲତ ମୃତ୍ୟୁଦଣ୍ଡ ଶୁଣାଇଥିଲା। ଯାହାକୁ ଭାରତ କଡା ବିରୋଧ କରିଥିଲା। ଭାରତ ନିଜ ପକ୍ଷ ରଖି ନୌସେନାରୁ ଅବସର ନେବା ପରେ ନିଜ ବ୍ୟବସାୟ ମାମଲାରେ କୁଲଭୂଷଣ ଇରାନ ଯାଇଥିଲେ। ସେଠାରୁ ତାଙ୍କୁ ଅପହରଣ କରାଯାଇ ପାକିସ୍ତାନ ଅଣାଯାଇଥିବା କହିଥିଲା। ଏହାପରେ ଭାରତ ଆଇସିଜେର ଦ୍ୱାରସ୍ଥ ହୋଇଥିଲା। ଭାରତ ଗତ ୨ ବର୍ଷ ଧରି ଆଇସିଜେରେ ଏହି ଲଢେଇ ଜାରି ରଖିଛି।

ଆଜି ଆସିବାକୁ ଥିବା ରାୟରେ ପାକିସ୍ତାନ ନିରାଶ ହେବ ବୋଲି ମଧ୍ୟ ଅନୁମାନ କରାଯାଉଛି। ଏହା ପୂର୍ବରୁ ପାକିସ୍ତାନର ବିଦେଶ କାର୍ଯ୍ୟାଳୟର ମୁଖପାତ୍ର ଫେସଲ ନିଜ ସାପ୍ତାହିତ ପ୍ରେସ ବିଫ୍ରିଙ୍ଗରେ କହିଥିଲେ, ଆମେ ନିଷ୍ପତ୍ତିର ପୂର୍ବାନୁମାନ କରି ପାରିବୁନି। ଆଇସିଜେ ଜୁଲାଇ ୪ରେ ଏକ ବୟାନ ଜାରି କରି କୁଳଭୂଷଣ ଯାଧବ ମାମଲାରେ ୧୭ ଜୁଲାଇରେ ନିଷ୍ପତ୍ତି ଶୁଣାଇବେ ବୋଲି ଘୋଷଣା କରିଥିଲେ।

Comments are closed.