Odisha Link
Bridging the Missing Links in Odisha

ଭିଜିଲାନ୍ସ ଜାଲରେ ବୀରମହାରାଜପୁର ଆରଆଇ

ସୋନପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ତହସିଲ କାର୍ଯ୍ୟାଳୟରେ କାର୍ଯ୍ୟରତ ରାଜସ୍ବ ନିରୀକ୍ଷକ ଅରୁଣ କୁମାର ପୁରୋହିତ ଜିଲ୍ଲା ଭିଜିଲାନସ୍ ହାତରେ ଗିରଫ ହୋଇଛନ୍ତି । ବୀରମହାରାଜପୁର ତହସିଲ ଅନ୍ତର୍ଗତ ସଂଗ୍ରାମପୁର ଗାଁର ପ୍ରଦୀପ ପ୍ରଧାନଙ୍କ ପାଖରୁ ଅଢେଇ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ।
ମିଳିଥିବା ସୂଚନା ଅନୁସାରେ, ପ୍ରଦୀପ ନିଜ ଜମି ଡିମାରକେସନ ବା ଜମି ଚିହ୍ନଟ ପାଇଁ ତହସିଲ କାର୍ଯ୍ୟାଳୟରେ ଆବେଦନ କରିଥିଲା । ଏହି ଡିମାରକେସନ ପାଇଁ ରାଜସ୍ବ ନିରୀକ୍ଷକ ପ୍ରଦୀପଙ୍କୁ ପାଞ୍ଚ ହଜାର ଟଙ୍କା ଦାବି କରିଥିଲେ । ପ୍ରଦୀପ ଅଢେଇ ହଜାର ଟଙ୍କା ଦେବେ କହି ଜିଲ୍ଲା ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ । ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁଯାୟୀ ପ୍ରଦୀପ ତହସିଲ କାର୍ଯ୍ୟାଳୟକୁ ଯାଇ ରାଜସ୍ବ ନିରୀକ୍ଷକଙ୍କୁ ଡିମାରକେସନ ପାଇଁ ଅନୁରୋଧ କରିଥିଲେ । ରାଜସ୍ବ ନିରୀକ୍ଷକଙ୍କୁ ଅଢେଇ ହଜାର ଟଙ୍କା ଦେବା ପରେ ତାଙ୍କୁ ଡିମାରକେସନ ପାଇଁ କହିଥିଲେ । ପୂର୍ବରୁ ତହସିଲ କାର୍ଯ୍ୟାଳୟ ନିକଟରେ ଛପି ରହିଥିବା ଜିଲ୍ଲା ଭିଜିଲାନ୍ସ କର୍ମଚାରୀମାନେ ରାଜସ୍ବ ନିରୀକ୍ଷକଙ୍କ ଅରୁଣ କୁମାର ପୁରୋହିତଙ୍କ ପାଖରୁ ପ୍ରଦୀପ ଦେଇଥିବା ଅଢେଇ ହଜାର ଲାଞ୍ଚ ଟଙ୍କା ଜବତ କରିଥିଲେ । ଘଟଣାର ତଦନ୍ତ କରିବା ପରେ ଜିଲ୍ଲା ଭିଜିଲାନ୍ସ ପ୍ରଦୀପକୁ ଜିଲ୍ଲା କାର୍ଯ୍ୟାଳୟକୁ ଆଣିଛନ୍ତି । ପ୍ରଦୀପଙ୍କ ନାଁରେ ଏକ ଲାଞ୍ଚ ମାମଲା ରୁଜୁ କରିବା ସହିତ ଆଜି କୋର୍ଟଚାଲାଣ କରାଯିବ।

Comments are closed.