Odisha Link
Bridging the Missing Links in Odisha

ଶିଶୁ ନିଖୋଜ ଓ ନାବାଳିକା ଗଣଦୁଷ୍କର୍ମ ଘଟଣାକୁ ନେଇ ହୁଲସ୍ତୁଲ ବିଧାନସଭା

ଭୁବନେଶ୍ବର : ଆଜି ବି ହୁଲସ୍ତୁଲ ବିଧାନସଭା । ରାଜ୍ୟରେ ଶିଶୁ ନିଖୋଜ ଓ ନାବାଳିକା ଗଣଦୁଷ୍କର୍ମ ଘଟଣାକୁ ନେଇ ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀ ଗୃହରେ ହୋହଲ୍ଲା କରିଥିଲେ । ବିଜେପି ସଦସ୍ୟମାନେ ବାଚସ୍ପତିଙ୍କ ପୋଡିୟମ୍ ନିକଟରେ ନାରାବାଜି ସହ ହୋହଲ୍ଲା କରୁଥିବା ବେଳେ କଂଗ୍ରେସ ସଦସ୍ୟମାନେ ନିଜ ନିଜ ଆସନରେ ଠିଆ ହୋଇ ନାରାବାଜି କରିଥିଲେ । ଗୃହ କମିଟି ଗଠନ ହେଉ ନହେଲେ ସରକାର ଆଲଚନାକୁ ଆସନ୍ତୁ ବୋଲି ବିରୋଧୀ ଦାବି କରିଥିଲେ । କିନ୍ତୁ ବାଚସ୍ପତି ବିରୋଧୀଙ୍କ ଦାବି ନଶୁଣିବାରୁ ଗୃହରେ ହଟ୍ଟଗୋଳ ବଢିଥିଲା । ବାଚସ୍ପତି ଗୃହକୁ ଅପରାହ୍ନ ୩ଟା ଯାଏଁ ଗୃହକୁ ମୁଲତବି ରଖିଛନ୍ତି ।

Comments are closed.