Odisha Link
Bridging the Missing Links in Odisha

ଅଧ୍ୟାପିକା ଆଣିଲେ ଅସଦାଚରଣ ଅଭିଯୋଗ

ଉଦଳା : ମୟୂରଭଞ୍ଜ ଜିଲ୍ଲା ଉଦଳାରେ ଥିବା ଲାଲମୋହନ ସଂସ୍କୃତ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ ବିରୋଧରେ ଜଣେ ଅଧ୍ୟାପିକା ଅସଦାଚରଣ ଅଭିଯୋଗ ଆଣିଛନ୍ତି। ଅଧ୍ୟକ୍ଷଙ୍କ ନାଁ କମଳାକାନ୍ତ ବେହେରା।
ଅଧ୍ୟକ୍ଷ କମଳାକାନ୍ତ ତାଙ୍କୁ ଦୁର୍ବ‍୍ୟବହାର ଓ ଅସଦାଚରଣ କରିଥିବା ନେଇ ଅଧ୍ୟାପିକା ଥାନାରେ ଅଭିଯୋଗ କରିଛନ୍ତି। ପରୀକ୍ଷା ଖାତା ଦେଖାଯିବ କହି ବାଲେଶ୍ୱର ରିଜିଓନାଲ ଅଫିସକୁ ନେବା ବାହାନାରେ କମଳାକାନ୍ତ ତାଙ୍କ ଘରକୁ ନେଇ ଯାଇଥିଲେ। ସେଠାରେ ତାଙ୍କ ପ୍ରତି ଅସଦାଚରଣ କରିଥିଲେ ବୋଲି ସମ୍ପୃକ୍ତ ଅଧ୍ୟାପିକା ଅଭିଯୋଗ କରିଛନ୍ତି।
ଅଧ୍ୟାପିକା ଜଣକ ସେଠାରୁ ଆସି ଏ ସମ୍ପର୍କରେ ସ୍ୱାମୀଙ୍କୁ କହିଥିଲେ। ଏହାପରେ ଏହି ଘଟଣା ବାବଦରେ ଅଧ୍ୟକ୍ଷ ଜାଣିବା ପରେ ତାଙ୍କୁ ଚାକିରିରୁ ବହିଷ୍କାର କରିବା ଲାଗି ମଧ୍ୟ ଧମକ ଦେଉଥିବା ନେଇ ଅଧ୍ୟାପିକା ଅଭିଯୋଗ କରିଛନ୍ତି।ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ଅଧ୍ୟକ୍ଷଙ୍କ ପ୍ରତିକ୍ରିୟା ମିଳିନାହିଁ।

Comments are closed.