Odisha Link
Bridging the Missing Links in Odisha

ମୋବାଇଲ ସେବା ଦାବିରେ ଚିତ୍ରକୋଣ୍ଡା ବନ୍ଦ

ମାଲକାନଗିରି : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକରେ ମଙ୍ଗଳବାର ଦିନିକିଆ ବନ୍ଦ ପାଳନ କରାଯାଉଛି। ମୋବାଇଲ ସେବା ପ୍ରଦାନ ଦାବିରେ ଚିତ୍ରକୋଣ୍ଡା ନାଗରିକ ମଞ୍ଚ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଥିଲା। ବିଏସଏନଏଲ ମୋବାଇଲ ନେଟୱର୍କ କାର୍ଯ୍ୟ କରୁ ନ ଥିବାରୁ ବ୍ୟାଙ୍କ ସେବା ଠିକ୍‌ ଭାବେ ମିଳୁ ନାହିଁ। ଫଳରେ ଜନସାଧାରଣ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତେଣୁ ବିଏସଏନଏଲ ସେବା ଯୋଗାଣ ସମେତ, ନୂତନ ଟାୱାର ନିର୍ମାଣ ଏବଂ ଜିଓ ନେଟୱର୍କ ପ୍ରଦାନ ଦାବିରେ ନାଗରିକ ମଞ୍ଚ ପକ୍ଷରୁ ଆନ୍ଦୋଳନ ଚାଲିଛି। ସକାଳୁ ପିକେଟିଂ କରାଯାଇ ଦୋକାନ ବଜାର ବନ୍ଦ କରାଯାଇଥିବାବେଳେ ଚିତ୍ରକୋଣ୍ଡା ବଜାରରେ ରାସ୍ତା ଅବରୋଧ ଯୋଗୁ ଗାଡ଼ିମୋଟର ଚଳାଚଳ ବାଧାପ୍ରାପ୍ତ ହୋଇଛି। ଦାବି ପୂରଣ ପାଇଁ ପ୍ରତିଶ୍ରୁତି ନ ମିଳିବା ଯାଏ ଆନ୍ଦୋଳନ ଚାଲିବ ବୋଲି ବିକ୍ଷୋଭକାରୀମାନେ ଚେତାବନୀ ଦେଇଛନ୍ତି।

Comments are closed.