Odisha Link
Bridging the Missing Links in Odisha

‘ରେରା’ ଆଇନ୍‌କୁ ନେଇ ଦ୍ବନ୍ଦରେ ନୟାଗଡ଼ବାସୀ

ନୟାଗଡ଼: ରାଜ୍ୟରେ ଲାଗୁ ହୋଇଛି ‘ରେରା’ ଆଇନ୍ ବା ” ରିଏଲ ଇଷ୍ଟେଟ ରେଗୁଲେସନ ଡ଼େଭେଲପମେଣ୍ଟ ଆକ୍ଟ “। ଏହି ରେରା ଆଇନ୍‌ ଲାଗୁ ହେବା ପରେ ବଢିଛି ଜମି କିଣା ବିକା ସମସ୍ୟା। ଏହି ଆଇନକୁ ନେଇ ଦେଖାଦେଇଛି ଦ୍ବନ୍ଦ। ନୟାଗଡ଼ ରେରା ଅନ୍ତର୍ଭୁକ୍ତ ଅଞ୍ଚଳରେ ଗତ ୧୧ ଦିନ ଧରି ଜମି ରେଜିଷ୍ଟ୍ରସନରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସାଧାରଣ ଲୋକ। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳର ଲୋକ ଜମି କିଣା ବିକା କରିବା ନେଇ ଆଶଙ୍କାରେ ଅଛନ୍ତି।

ସୂଚନାଥାଉକି, ଗତ ୧୧ ଦିନ ହେଲା ନୟାଗଡ଼ରେ ଲାଗୁ ହୋଇଛି ରିଏଲ ଇଷ୍ଟେଟ ରେଗୁଲେସନ ଡ଼େଭେଲପମେଣ୍ଟ ଆକ୍ଟ ୨୦୧୬ ବା ‘ରେରା’ ଆଇନ୍। ଯାହା ଫଳରେ ଜମି କିଣା ବିକାରେ ଦେଖା ଦେଇଛି ବ୍ୟାପକ ସମସ୍ୟା। ରେରା ଆଇନ ଲାଗିବା ଯୋଗୁଁ ନାହିଁ ନଥିବା ହଇରାଣ ହେଉଛନ୍ତି ଉଭୟ ଜମି କ୍ରେତା ଓ ବିକ୍ରେତା। ଜମି ମାଲିକଙ୍କୁ ଅଡ଼ୁଆରେ ପକାଇଛି ରେରା ଆଇନ ପ୍ରଣୟନରେ କେତେକ ସର୍ତ୍ତ। ଏଣିକି ଜମିକୁ ଭାଗ ଭାଗ କରି ବିକିବାକୁ ହେଲେ ଦରକାର ରେରାର ଅନୁମୋଦ। ନୟାଗଡ଼ ସହର ଓ ଆଖ ପାଖ ୧୮ଟି ପ୍ଲାନିଂ ଗାଁ ଅଞ୍ଚଳର ଜମିଉପରେ ବିଶେଷତଃ ବଢିଛି ଏପରି ଅଡ଼ୁଆ।

ଅପରପକ୍ଷେ ରେରା ଆଇନରେ ଦେଖାଦେଇଥିବା ଦ୍ୱନ୍ଦ୍ୱ ଆଗାମୀ ୨୬ ତାରିଖରେ ଆଇ.ଜି.ଆର. ଅଫିସରେ ମିଟିଂରେ ଆଲୋଚନା ପରେ ସମାଧାନ ହୋଇଯିବ ବୋଲି କହିଛନ୍ତି ନୟାଗଡ଼ ସବ-ରେଜିଷ୍ଟ୍ରର। ରେରା ଆଇନ ଉଲଂଘନ କଲେ ସମ୍ପୃକ୍ତ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିୟମ ଥିବାରୁ ରେରା ଅନୁମୋଦନ ବିନା ଜମି କିଣା ବିକା ବନ୍ଦ ଥିବା ସେ କହିଛନ୍ତି।

Comments are closed.