Odisha Link
Bridging the Missing Links in Odisha

ପାଟକୁରାରେ ଶୁଭିଲା ଶୁଭ ଶଙ୍ଖ!

ଭୁବନେଶ୍ବର: ପାଟକୁରା ନିର୍ବାଚନରେ ବିଜୟ ଦ୍ୱାରଦେଶରେ ବିଜେଡି। ପାଟକୁରାରେ ପୁଣି ଶୁଭିବ ଶୁଭ ଶଙ୍ଖ। ୧୮ ରାଉଣ୍ଡରୁ ୧୬ ରାଉଣ୍ଡ ଗଣତି ଶେଷ ହୋଇଥିବା ବେଳେ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ ୧୭୨୩୪ ଭୋଟରେ ଆଗରେ ରହିଛନ୍ତି। ଆଉ ଏହାସହ ବିଜେପିର ଟାଣୁଆ ନେତା ବିଜୟଙ୍କର ବିଧାନସଭା ଫେରିବା ସ୍ୱପ୍ନ ସ୍ବପ୍ନରେ ରହିଯାଇଛି। କହିବାକୁ ଗଲେ ଏକପ୍ରକାର ଧୂଳିସାତ୍ ହୋଇଛି। ବିଜୟଙ୍କ ଠାରୁ ସାବିତ୍ରୀ ବହୁ ଭୋଟରେ ଆଗରେ ରହିଥିବା ବେଳେ ବିଜେଡି ଶିବିରରେ ଖେଳି ଯାଇଛି ଖୁସିର ଲହରୀ।

ପାଟକୁରା ଲଢେଇରେ କିନ୍ତୁ ବହୁ ପଛରେ ପଡିଯାଇଛି କଂଗ୍ରେସ। ୧୬ ରାଉଣ୍ଡ ସୁଦ୍ଧା ମାତ୍ର ୨୦୧୬ଟି ଭୋଟ ପାଇଛନ୍ତି କଂଗ୍ରେସ ପ୍ରାର୍ଥୀ ଜୟନ୍ତ ମହାନ୍ତି। ସେହିଭଳି ନୋଟାରେ ପଡିଛି ମୋଟ ୩୯୫ ଭୋଟ୍ । କିନ୍ତୁ ପାଟକୁରା ନିର୍ବାଚନରେ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କୁ ଲାଗିଛି ସବୁଠୁ ବଡ ଝଟକା। କାରଣ ଦୀର୍ଘ ୨୦ ବର୍ଷ ଧରି କ୍ଷମତାର ଦୂରରେ ରହିଥିବା ବିଜୟ ଏହି ନିର୍ବାଚନରେ ଜିତି ପୁଣିଥରେ ବିଧାନସଭାକୁ ଯାଇପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା। କିନ୍ତୁ ଏହି ଚର୍ଚ୍ଚାରେ ଏକପ୍ରକାର ପୂର୍ଣ୍ଣଚ୍ଛେଦ ପକାଇଛି ବିଜେଡ଼ିର ବିଜୟ। ଏଥିସହ ବିଜୟଙ୍କ ବିଧାନସଭା ବାଟ ବନ୍ଦ ହେବା ଏକ ପ୍ରକାର ସ୍ପଷ୍ଟ ହୋଇଛି।

Comments are closed.