Odisha Link
Bridging the Missing Links in Odisha

ମୃତକଙ୍କ ପରିବାରକୁ ୫ ଲକ୍ଷ

ଭୁବନେଶ୍ୱର : ତାଳଚେର ଭରତପୁର କୋଇଲା ଖଣି ଦୁର୍ଘଟଣାରେ ମୃତକଙ୍କ ପରିବାର ନିମନ୍ତେ ସହାୟତା ଘୋଷଣା କରାଯାଇଛି । ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୃତକଙ୍କ ପରିବାର ପ୍ରତି ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି । ପ୍ରତି ମୃତକଙ୍କ ପରିବାର ପିଛା ୫ ଲକ୍ଷ ଟଙ୍କା ସହାୟତା ଘୋଷଣା କରାଯାଇଛି । ଉକ୍ତ ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ୩ ଜଣ ଶ୍ରମିକଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ଆଉ ଜଣେ ନିଖୋଜ ଥିବାବେଳେ ଖୋଜା ଖୋଜି ଚାଲିଛି ।

Comments are closed.