Odisha Link
Bridging the Missing Links in Odisha

ବିରୋଧୀ ଦଳର ୫୦ ବିଧାୟକ ବିଜେପିରେ ସାମିଲ ହେବାକୁ ଚାହୁଁଛନ୍ତି: ଗିରିଶ ମହାଜନ

ମୁମ୍ବାଇ: ଚଳିତବର୍ଷ ଶେଷ ଭାଗରେ ମହାରାଷ୍ଟ୍ରରେ ହେବ ବିଧାନସଭା ନିର୍ବାଚନ। ଏସବୁ ପୂର୍ବରୁ ମହାରାଷ୍ଟ୍ରରେ ଚାଲିଛି ଦଳ ଡିଆଁ ରାଜନୀତି। ଅପରପକ୍ଷେ ମହାରାଷ୍ଟ୍ର ସରକାର ମନ୍ତ୍ରୀ ଗିରିଶ ମହାଜନଙ୍କ ମନ୍ତବ୍ୟ ବିରୋଧୀଙ୍କୁ ଦ୍ବନ୍ଦରେ ପକାଇଛି। ଗିରିଶ କହିଛନ୍ତି ଯେ ଆଗାମୀ ବିଧାନସଭା ନିର୍ବାଚନରେ ବିରୋଧୀ ପାର୍ଟିର ୪୦ ବିଧାୟକ ହୋଇଆସିବେ ନାହିଁ। କାରଣ ବିରୋଧି ପାର୍ଟିର ପ୍ରାୟ ୫୦ ବିଧାୟକ ବିଜେପିରେ ସାମିଲ ହେବାପାଇଁ ଚାହୁଁଛନ୍ତି ବୋଲି କହିଛନ୍ତି ଗିରିଶ ମହାଜନ।

ଏଥି ସହିତ ମଜାହନ ଆହୁରି କହିଛନ୍ତି ଯେ, ବିଜେପି ସମସ୍ତଙ୍କୁ ପାର୍ଟିରେ ସାମିଲ କରେନି। ସେ ସେହି ବିଧାୟକଙ୍କୁ ସାମିଲ କରିବ ଯାହାଙ୍କ ରେକର୍ଡ ଉତ୍ତମ ଥିବ ବୋଲି ସେ କହିଛନ୍ତି। ନିର୍ବାଚନ ପୂର୍ବରୁ ଶରଦ ପାୱରଙ୍କ ପାର୍ଟି ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି(ଏନସିପି)ରେ ବଡ ସଙ୍କଟ ଲାଗିରହିଛି। ସୂଚନା ଅନୁସାରେ ମହାରାଷ୍ଟ୍ରରେ କଂଗ୍ରେସ ଓ ଏନସିପିର ଅନେକ ବିଧାୟକ ମଙ୍ଗଳବାର ଇସ୍ତଫା ଦେବା ସହ ଗତକାଲି ୩ ଏନସିପି ବିଧାୟକ ବିଜେପିରେ ସାମିଲ ହୋଇଛନ୍ତି। ଲୋକସଭା ନିର୍ବାଚନରେ ମହାରାଷ୍ଟ୍ରରୁ କେବଳ ଗୋଟିଏ ସିଟ୍ ଜିତିଥିବା କଂଗ୍ରେସ ପାର୍ଟିର ସ୍ଥିତି ମଧ୍ୟ ଖରାପ। ମହାରାଷ୍ଟ୍ର କଂଗ୍ରେସ ପକ୍ଷରୁ ବିଧାନସଭା ନିର୍ବାଚନ ପାଇଁ ଉତ୍ସୁକ ପ୍ରାର୍ଥୀଙ୍କୁ ସାକ୍ଷାତକାର ପାଇଁ ଡକାଯାଇଥିଲା, କିନ୍ତୁ କୌଣସି ବି ବିଧାୟକ ଏହି ପ୍ରକ୍ରିୟାରେ ସାମିଲ ହୋଇନଥିଲେ ଯାହାକି କଂଗ୍ରେସ ପାଇ ମୁଣ୍ଡବିନ୍ଧାର କାରଣ ହୋଇଯାଇଛି।

Comments are closed.