Odisha Link
Bridging the Missing Links in Odisha

ସ୍ବାଧୀନତା ଦିବସ: କେଉଁ ମନ୍ତ୍ରୀ କେଉଁଠି ପତାକା ଉତ୍ତୋଳନ କରିବେ, ଜାଣନ୍ତୁ

ଭୁବନେଶ୍ବର: ଆଗାମୀ ଅଗଷ୍ଠ ୧୫ରେ ସାରା ଭାରତ ପାଳନ କରିବ ୭୩ ତମ ସ୍ବାଧୀନତା ଦିବସ। ଏଥିପାଇଁ ପ୍ରସ୍ତୁତି ଶେଷ କରିଛନ୍ତି ରାଜ୍ୟ ସରକାର। ଏହି ଅବସରରେ ବିଭିନ୍ନ ସ୍ଥାନରେ ପରେଡ଼ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ। ସମସ୍ତ ଜିଲ୍ଲାରେ ମନ୍ତ୍ରୀମାନେ ପତାକା ଉତ୍ତୋଳନ କରିବା ସହ ପରେଡ ଅଭିବାଦନ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି। କେଉଁ ଜିଲାରେ କେଉଁ ମନ୍ତ୍ରୀ ପରେଡ଼ ଅଭିବାଦନ ଗ୍ରହଣ କରିବେ, ସେ ସମ୍ପର୍କରେ ସୂଚନା ଦିଆଯାଇଛି।

କଟକରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ପତାକା ଉତ୍ତୋଳନ କରିବେ। ସେହିପରି ଅନୁଗୋଳରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ ଆରୁଖ ପତାକା ଉତ୍ତୋଳନ କରିବେ। ପୁରୀରେ ପ୍ରଫୁଲ୍ଲ କୁମାର ମଲ୍ଲିକ, କେନ୍ଦ୍ରାପଡ଼ାରେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, କଳାହାଣ୍ଡିରେ ପଦ୍ମନାଭ ବେହେରା, ମୟୂରଭଞ୍ଜରେ ପ୍ରତାପ ଜେନା, ଢେଙ୍କାନାଳରେ ଅରୁଣ ସାହୁ, ସୁନ୍ଦରଗଡ଼ରେ ସୁଦାମ ମାରାଣ୍ଡି ପତାକା ଉତ୍ତୋଳନ କରିବେ।

ସେହିପରି କନ୍ଧମାଳରେ ସୁଶାନ୍ତ ସିଂହ, ବଲାଙ୍ଗିରରେ ନବ ଦାସ, ନୟାଗଡ଼ରେ ଟୁକୁନି ସାହୁ, କେନ୍ଦୁଝରରେ ଜଗନ୍ନାଥ ସାରକା, ସମ୍ବଲପୁରରେ ଦିବ୍ୟଶଙ୍କର ମିଶ୍ର,ବାଲେଶ୍ୱରରେ ଅଶୋକ ପଣ୍ଡା, ଯାଜପୁରରେ ସମୀର ରଞ୍ଜନ ଦାସ, ନବରଙ୍ଗପୁରରେ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, କୋରାପୁଟରେ ପ୍ରେମାନନ୍ଦ ନାୟକ, ମାଲକାନଗିରିରେ ରଘୁନନ୍ଦନ ଦାସ, ରାୟଗଡ଼ାରେ ପଦ୍ମିନୀ ଦିଆନ ଓ ଗଜପତିରେ ତୁଷାରକାନ୍ତି ବେହେରା ପତାକା ଉତ୍ତୋଳନ କରିବାର କାର୍ଯ୍ୟକ୍ରମ ରହିଛି।

Comments are closed.