Odisha Link
Bridging the Missing Links in Odisha

ମୁଣ୍ଡଳୀରେ ହ୍ରାସ ପାଉଛି ବନ୍ୟା ଜଳ

କଟକ : ଗତକାଲି ବନ୍ୟାଜଳ ଯେତେ ପାଣି ପ୍ରବାହିତ ହେଉଥିଲା, ଆଜି ତାହା ପ୍ରାୟ ଅଧାକୁ ଖସି ଆସିଲାଣି। ଗତକାଲି ପ୍ରତି ସେକେଣ୍ଡରେ ୮ ଲକ୍ଷ କ୍ୟୁସେକ୍‌ ଜଳ ପ୍ରବାହିତ ହେଉଥିବା ବେଳେ ଏବେ ୪ ଲକ୍ଷ ୫୮ ହଜାର ୪୧୫ କ୍ୟୁସେକ୍‌ ଜଳ ପ୍ରବାହିତ ହେଉଛି। ପ୍ରତି ଘଣ୍ଟାରେ ୮ ହଜାର କ୍ୟୁସେକ୍‌ ଜଳ କମୁଛି । କିନ୍ତୁ ହୀରାକୁଦରୁ ପାଣି ଆସିଲେ, ପୁଣି ଜଳସ୍ତର ବଢ଼ିବ।
ଗତକାଲି ହୀରାକୁଦରୁ ଯେଉଁ ପାଣି ଛଡ଼ା ଯାଇଥିଲା, ତାହା ଆଜି ମଧ୍ୟରାତ୍ରି କିମ୍ବା ଆସନ୍ତାକାଲି ମୁଣ୍ଡଳିରେ ପହଞ୍ଚିବ। ତେଣୁ ତଳିଆ ଅଞ୍ଚଳରୁ ଲୋକଙ୍କୁ ନିରାପଦ ସ୍ଥାନକୁ ନିଆ ଯାଇଛି। ତେବେ ହୀରାକୁଦରୁ ପାଣି ଆସିବା ପରେ ବାଙ୍କୀ ଓ ଆଠଗଡ଼ର କିଛି ଅଞ୍ଚଳ ଜଳମଗ୍ନ ହୋଇପାରେ। ଏହା ଦ୍ୱାରା ତଳିଆ ଅଞ୍ଚଳରେ ପାଣି ପ୍ରବେଶ କରିବାର ଆଶଙ୍କା ଅଛି।

Comments are closed.