Odisha Link
Bridging the Missing Links in Odisha

ବନ୍ୟାଞ୍ଚଳ ସ୍ଥିତି ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ରାଜ୍ୟରେ ଦେଖା ଯାଇଛି ବନ୍ୟା ସ୍ଥିତି। ରାଜ୍ୟରେ କିଭଳି ରହିଛି ବନ୍ୟାଞ୍ଚଳର ସ୍ଥିତି ଏହାର ସମୀକ୍ଷା କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆକାଶମାର୍ଗରୁ ବନ୍ୟାଞ୍ଚଳର ସ୍ଥିତି ସମୀକ୍ଷା କରିଥିବାବେଳେ ତାଙ୍କ ସହ ବଲାଙ୍ଗୀର ସାଂସଦ ସଙ୍ଗୀତା କୁମାରୀ ସିଂ ଦେଓ ଓ କଳାହାଣ୍ଡି ବିଜେପି ସାଂସଦ ବସନ୍ତ ପଣ୍ଡା ଉପସ୍ଥିତ ଥିଲେ। ଧର୍ମେନ୍ଦ୍ର ଆଜି କଳାହାଣ୍ଡି, ବୌଦ୍ଧ, ବଲାଙ୍ଗୀର ଓ ସୁବର୍ଣ୍ଣପୁରରେ ବନ୍ୟା ସ୍ଥିତିର ସମୀକ୍ଷା କରିଛନ୍ତି।

କେନ୍ଦ୍ରମନ୍ତ୍ରୀ ଆଜି ବନ୍ୟା ପ୍ରଭାବିତ କଳାହାଣ୍ଡି ଜିଲ୍ଲାର ଗୋଲମୁଣ୍ଡା, ଜୁନାଗଡ଼, ଏମ୍ ରାମପୁର, କର୍ଲାମୁଣ୍ଡା, ବୌଦ୍ଧ ଜିଲ୍ଲାର କଣ୍ଟାମାଳ, ସୋନପୁର ଜିଲ୍ଲାର ତରଭା ବ୍ଲକ୍ ଓ ତରଭା ଏନଏସି, ବଲାଙ୍ଗୀର ଜିଲ୍ଲାର ପୁଇଁତଳା, ବଲାଙ୍ଗୀର ବ୍ଲକ, ବଲାଙ୍ଗୀର ଟାଉନ୍(ଗନଧ୍ରେଲ ଡ୍ୟାମ) ଓ ଦେଓଗାଁ ବ୍ଲକର ବନ୍ୟା ପ୍ରଭାବିତ ଅଞ୍ଚଳ ସର୍ବେକ୍ଷଣ କରିଛନ୍ତି।

ଏଠାରେ ସୂଚନା ଥାଉ କି ଲଘୁଚାପ ଜନିତ ବର୍ଷା ଯୋଗୁଁ ବଲାଙ୍ଗୀରରେ ବନ୍ୟା ସ୍ଥିତି ଉପୁଜିଥିଲା। ବର୍ତ୍ତମାନ ବଲାଙ୍ଗିରରେ ୫୬ଟି କ୍ୟାମ୍ପରେ ୧୯ ହଜାର ଲୋକଙ୍କୁ ରଖାଯାଇଛି, ସୁବର୍ଣ୍ଣପୁରରେ ୩,୯୦୦ ଲୋକଙ୍କୁ ରନ୍ଧା ଖାଦ୍ୟ ଦିଆଯାଉଛି ବୋଲି ଯୁଗ୍ମ ରିଲିଫ କମିଶନର ସୂଚନା ଦେଇଛନ୍ତି।

Comments are closed.