Odisha Link
Bridging the Missing Links in Odisha

‘ଅର୍ଡର ଅଫ୍‌ ଜାୟଦ ସମ୍ମାନ’ରେ ସମ୍ମାନିତ ହେଲେ ମୋଦି

ଆବୁଧାବି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମିଳିଲା ୟୁଏଇର ସର୍ବୋଚ୍ଚ ସମ୍ମାନ। ଆଜି ମୋଦିଙ୍କୁ ୟୁଏଇର ସର୍ବୋଚ୍ଚ ସମ୍ମାନ ଅର୍ଡର ଅଫ୍‌ ଜାୟଦ ରେ ସମ୍ମାନିତ କରିଛନ୍ତି ୟୁଏଇ ସରକାର। ଏହି ସମ୍ମାନ ପାଇବାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହେଉଛନ୍ତି ପ୍ରଥମ ଭାରତୀୟ।

ନରେନ୍ଦ୍ର ମୋଦି ଏହି ସମ୍ମାନ ପାଇବା ପରେ ଟ୍ବିଟ ଯୋଗେ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ ‘ଏ ସମ୍ମାନ ଭାରତୀୟ ସାଂସ୍କୃତିକ ଭାବଧାରା ଓ ୧୩୦ କୋଟି ଜନତାଙ୍କ ସମ୍ମାନ’। ମୋଦିଙ୍କୁ ଏହି ସମ୍ମାନରେ ସମ୍ମାନିତ କରିବା ପାଇଁ ଏପ୍ରିଲ ମାସରେ ୟୁଏଇ ସରକାର ଟ୍ବିଟ ଯୋଗେ କହିଥିଲେ।

Comments are closed.