Odisha Link
Bridging the Missing Links in Odisha

ବିକ୍ରମରୁ ସମ୍ପର୍କ ହେଲା ଛିନ୍ନ, ବୈଜ୍ଞାନିକଙ୍କୁ ସାହସ ଦେଲେ ମୋଦି

ବେଙ୍ଗାଲୁରୁ: ଅବତରଣ ପ୍ରକ୍ରିୟା ମଧ୍ୟ ଠିକ୍‌ଠାକ୍ ଚାଲିଥିଲା। ହେଲେ ଶେଷ ମୁହୂର୍ତ୍ତରେ ବିଚ୍ଛିନ୍ନ ହୋଇଗଲା ସଂପର୍କ। ଚନ୍ଦ୍ରପୃଷ୍ଠଠାରୁ ୨.୧ କିମି ପୂର୍ବରୁ ଏଭଳି ଏକ ଅପ୍ରତ୍ୟାଶିତ ଅଘଟଣ ଯୋଗୁଁ ବିକ୍ରମର ଅବତରଣ ନେଇ କୌଣସି ନିର୍ଦ୍ଦିଷ୍ଟ ସୂଚନା ମିଳିପାରି ନାହିଁ। ନିର୍ଦ୍ଧାରିତ ସମୟରେ ସୂଚନା ମିଳିବାରେ ସାମାନ୍ୟ ବିଳମ୍ବ ହେବା ନେଇ ଆଶା ଓ ଆଶଙ୍କା ପରେ ଇସ୍ରୋ ପକ୍ଷରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା ନେଇ ସୂଚନା ଦିଆଯାଇଛି।

ବେଶ୍‌ କିଛି ସମୟର ନୀରବତା ପରେ ଇସ୍ରୋ ମୁଖ୍ୟ କେ ଶିବନ୍ ସୂଚନା ଦେଇଥିଲେ, ଲ୍ୟାଣ୍ଡର ବିକ୍ରମ ସହ ସଂଯୋଗ ବିଚ୍ଛନ୍ନ ହୋଇଛି ଏବଂ ବର୍ତ୍ତମାନ ମିଳିଥିବା ଡାଟା ଆନାଲିସିସ୍‌ କରିବାର ପ୍ରୟାସ କରାଯାଉଛି। ବର୍ତ୍ତମାନ ମୋଦି ଇସ୍ରୋ ସେଣ୍ଟରରୁ ବାହାରିଯାଇଛନ୍ତି, କgନ୍ତୁ ଇସ୍ରୋ ମୁଖ୍ୟ ଶିବନ୍‌ କମାଣ୍ଡ ଦିଆଯାଉଥିବା ସ୍ଥାନ ଛାଡ଼ିନାହାନ୍ତି।

ଏହା ପୂର୍ବରୁ ଯୋଗାଯୋଗ ବିଚ୍ଛନ୍ନ ହେବାପରେ ବୈଜ୍ଞାନିକମାନଙ୍କ ମଧ୍ୟ ନିରବତା ଖେଳିଯାଇଥିଲା। ସମସ୍ତେ ଚିନ୍ତିତ ହୋଇ ବସି ରହିଥିଲେ। ବୈଜ୍ଞାନିକଙ୍କ ଆତ୍ମବିଶ୍ୱାସ ବଢାଇବାକୁ ଆଗେଇ ଆସିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।ବୈଜ୍ଞାନିକମାନଙ୍କୁ ସାହସ ନ ହରାଇବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେମାନଙ୍କୁ ପରାମର୍ଶ ଦେଇଥିଲେ। ସେମାନଙ୍କର ମାନବ ଜାତିଙ୍କ ପାଇଁ ଏବଂ ଅବଦାନ ଦେଶ ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ ତାହା କହିଥିଲେ। ସେ କହିଥିଲେ ଜୀବନରେ ଉତ୍ଥାନ ପତନ ଲାଗିରହିଥାଏ। ଦେଶ ବୈଜ୍ଞାନିକମାନଙ୍କୁ ନେଇ ଗର୍ବିତ। ମୋଦି କହିଥିଲେ ସେ ବୈଜ୍ଞାନିକମାନଙ୍କ ସାଥୀରେ ସବୁବେଳେ ଅଛନ୍ତି।

Comments are closed.