Odisha Link
Bridging the Missing Links in Odisha

ଅଲୋଡା ହେଲା ଶିଶୁକନ୍ୟା

ଢେଙ୍କାନାଳ: କିଛି ଦିନର ବ୍ୟବଧାନ ପରେ ପୁଣି ଏକ ଶିଶୁକନ୍ୟାକୁ ଅଲୋଡା ଅବସ୍ଥାରେ ଉଦ୍ଧାର କରାଯାଇଛି। ଏଭଳି ଏକ ଅଭାବନୀୟ ଘଟଣା ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ କାମାକ୍ଷାଦେବୀ ଛକ ନିକଟରେ ଘଟିଛି।
ମିଳିଥିବା ସୂଚନା ଅନୁସାରେ, ଶନିବାର କାମାକ୍ଷାଦେବୀ ଛକ ନିକଟରେ ଥିବା ଶାଳବଣରୁ ଏକ ଶିଶୁର କାନ୍ଦଣା ଶବ୍ଦ ଶୁଣିବାକୁ ମିଳିଥିଲା। ସ୍ଥାନୀୟ ଲୋକେ ଶିଶୁକନ୍ୟାକୁ ଉଦ୍ଧାର କରି ପୁଲିସ ନିକଟକୁ ନେଇ ଯାଇଥିଲେ। ପୁଲିସ ଶିଶୁକନ୍ୟାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏସନସିୟୁରେ ଭର୍ତ୍ତିକରି ଚିକିତ୍ସା ଆରମ୍ଭ କରାଯାଇଛି। ଶିଶୁଟିର ଅବସ୍ଥା ସ୍ଥିର ଥିବା ଜଣାପଡିଛି।

Comments are closed.