Odisha Link
Bridging the Missing Links in Odisha

ନିଜ ଦେଶକୁ ଫେରିଲେ ଋଷି କପୁର୍‌

ଭୁବନେଶ୍ୱର: ପ୍ରାୟ ବର୍ଷେ ପରେ ଭାରତ ଫେରିଛନ୍ତି ବଲିଉଡ୍‌ ଅଭିନେତା ଋଷି କପୁର୍‌। କ୍ୟାନସରର ଚିକିତ୍ସା କରାଇବା ପାଇଁ ନ୍ୟୁୟର୍କରେ  ଯାଇଥିଲେ। ସୋମବାର ବିଳମ୍ୱିତ ରାତିରେ ଋଷି କପୁର ସ୍ତ୍ରୀ ନୀତୁଙ୍କ ସହିତ ମୁମ୍ୱାଇ ଏୟାରପୋର୍ଟରେ ପହଞ୍ଚିଥିଲେ।ତାଙ୍କ ଫ୍ୟାନ୍‌ମାନେତାଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଶୁଭକାମନା ଜଣାଇଥିଲେ। ମୁମ୍ୱାଇ ଫେରିବା ପରେ ଋଷି କପୁର କେତେ ଖୁସି ଅଛନ୍ତି, ତାହା ଏୟାରପୋର୍ଟରେ ଦେଖିବାକୁ ମିଳିଥିଲା।

ଋଷି କପୁର ଭାରତ ଫେରିବା କଥା ତାଙ୍କ ଝିଅ ରିଦ୍ଦିମା କପୁର୍‌ ଇନଷ୍ଟାଗ୍ରାମ୍‌ ଷ୍ଟୋରିରେ ସେୟାର କରିଥିଲେ। ଏବଂ ଅନୁପମ୍‌ ଖେର୍‌ ମଧ୍ୟ ଟ୍ୱିଟର୍‌ରେ ତାଙ୍କୁ ଶୁଭକାମନା ଜଣାଇଥିଲେ। ଋଷି କପୁର ମଧ୍ୟ ଟ୍ୱିଟ୍‌ କରି ଘରେ ପହଞ୍ଚିବାର ଖବର ଫ୍ୟାନ୍‌ମାନଙ୍କୁ ଜଣାଇଥିଲେ।


କ୍ୟାନସର ଚିକିତ୍ସା ସମୟରେ ପୂରା ପରିବାର, ସାଙ୍ଗସାଥୀ ଓ ବଲିଉଡ୍‌ ସେଲେବ୍ରିଟି ତାଙ୍କୁ ଅନେକ ସାହାଯ୍ୟ କରିଥିଲେ। ଅନେକ ସମୟରେ ନ୍ୟୁୟର୍କରେ ବଲିଉଡ୍‌ ଷ୍ଟାରଙ୍କୁ ଋଷିଙ୍କ ସହିତ ଦେଖିବାକୁ ମିଳିଥିଲା ।ଚିକିତ୍ସା ସମୟରେ ଋଷିଙ୍କ ସ୍ୱାସ୍ଥ୍ୟରେ ଦ୍ରୁତ ଅବନତି ଘଟିଥିଲା। କିନ୍ତୁ ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟ ପୂର୍ବାପେକ୍ଷା ସୁସ୍ଥ ଥିବା ଜଣାପଡୁଛି। ଖୁବ୍‌ ଶୀଘ୍ର ସେ ସିନେମାକୁ ଫେରିବେ ବୋଲି ଫ୍ୟାନ୍‌ମାନେ ଆଶା ବାନ୍ଧି ବସିଛନ୍ତି।

Comments are closed.