Odisha Link
Bridging the Missing Links in Odisha

୯୵୧୧ ଆକ୍ରମଣକୁ ୧୮ ବର୍ଷ, ଦେଖନ୍ତୁ ସେଦିନର ଛାତିଥରା ଭିଡିଓ

ନୂଆଦିଲ୍ଲୀ: ଯୁକ୍ତରାଷ୍ଟ୍ର ଆମେରିକା ଉପରେ ଆତଙ୍କବାଦୀ ଆକ୍ରମଣକୁ ଆଜି ୧୮ ବର୍ଷ ପୂରିଛି। ବିଶେଷକରି ଏହି ଆତଙ୍କବାଦୀ ଆକ୍ରମଣ ‘୯/୧୧ ଟେରର୍‌ ଆଟାକ୍‌’ ଭାବେ ଜଣାଶୁଣା। ବିଧିବଦ୍ଧ ଭାବେ ଯୋଜନା ପ୍ରସ୍ତୁତ କରି ଅଲ-କାଏଦା ଆତଙ୍କବାଦୀ ସଂଗଠନ ପକ୍ଷରୁ ଆମେରିକା ଉପରେ କରାଯାଇଥିବା ଏହି ଆକ୍ରମଣ ଏବେ ବି ମନେପଡ଼ିଲେ, ଆମେରିକାବାସୀଙ୍କ ଲୋମ ଟାଙ୍କୁରି ଉଠେ।

୨୦୦୧ ମସିହା ସେପ୍ଟେମ୍ବର ମାସ ୧୧ ତାରିଖ ଦିନ ଆତଙ୍କବାଦୀମାନେ ଆମେରିକାରେ ଥିବା ବିଶ୍ୱ ବାଣିଜ୍ୟ ସଂଗଠନ, ପେଣ୍ଟାଗନ୍‌ ଓ ପେନ୍ସିଲବେନିଆ ଟାୱାର ଉପରେ ଏକାବେଳକେ ଆକ୍ରମଣ କରିଥିଲେ। ଗୋଟିଏ ପରେ ଗୋଟିଏ ଉଡ଼ାଜାହାଜ ଏହି ନବଶ୍ଚମ୍ବୀ ଅଟ୍ଟାଳିକା ୩ଟିରେ ବାଡ଼େଇ ହୋଇଥିଲା। ଆମେରିକା ସମେତ ବିଶ୍ୱବ୍ୟାପୀ ପ୍ରାୟ ସବୁ ଦେଶର ନ୍ୟୁଜ୍‌ ଚ୍ୟାନେଲଗୁଡ଼ିକରେ ଏହି ଦୃଶ୍ୟ ଦେଖି ସମଗ୍ର ବିଶ୍ୱ ସ୍ତବ୍ଧ ହୋଇଯାଇଥିଲା। ଆଜି ଏହି ଆକ୍ରମଣକୁ ୧୮ ବର୍ଷ ପୂର୍ତ୍ତି ଅବସରରେ ଆମେ ଆପଣଙ୍କୁ ଭିଡିଓ ଦେଖାଇବୁ ଯାହା ଆପଣ ଆଗରୁ ଦେଖିନଥିବେ।

ଦେଖନ୍ତୁ ଭିଡିଓ:

 

Comments are closed.