Odisha Link
Bridging the Missing Links in Odisha

ସ୍ବପ୍ନ ରହିଗଲା ଅଧାରେ..

ନୂଆଦିଲ୍ଲୀ: ସ୍ବପ୍ନ ସମସ୍ତେ ଦେଖନ୍ତି। କେବେ କେବେ ସ୍ବପ୍ନ ସତ ହୁଏତ ଆଉ କେବେ ସ୍ବପ୍ନ ସ୍ବପ୍ନରେ ରହିଯାଏ। ଏମିତି ଏକ ସ୍ବପ୍ନ ଦେଖିଥିଲେ ଯୁବକ। ଆମେରିକା ଯାଇ ଚାକିରି ଖୋଜିବେ ଏବଂ ନୂଆ ଜୀବନ ଆରମ୍ଭ କରିବେ ବୋଲି ସ୍ୱପ୍ନ ଦେଖିଥିଲେ ଜଣେ ଯୁବକ। କିନ୍ତୁ ଏଥିପାଇଁ ସେ ନିଜକୁ ଅଶୀ ବର୍ଷର ବୃଦ୍ଧଙ୍କ ପରି ସଜାଇଥିଲେ। ରବିବାର ଦିଲ୍ଲୀ ଏୟାରପୋର୍ଟରେ ତାଙ୍କର ଏହି ନାଟକର ପରଦା ଖୋଲିଦେଇଛନ୍ତି ସୁରକ୍ଷା କର୍ମୀ।

ଜୟେଶ ପଟେଲ ନାମକ ଏହି ବ୍ୟକ୍ତି ନିଜ ଦାଢ଼ି ଓ ଚୁଟିକୁ ଧଳା କରି ଛଦ୍ମବେଶ ଧାରଣ କରିଥିଲେ। ସେ ତାଙ୍କର ନୂଆ ନାଁ ଦେଇଥିଲେ, ଆମ୍ରିକ୍‌ ସିଂହ। ସେ ଏକ ପାଶ୍‌ପୋର୍ଟ ମଧ୍ୟ ଯୋଗାଡ଼ କରିଥିଲେ। ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ ପୁଲିସ୍‌ ଫୋର୍ସ କହିବା ଅନୁଯାୟୀ, ସେ ହ୍ୱିଲ ଚେୟାରରେ ଆସିଥିଲେ ଏବଂ ସମସ୍ତ ପ୍ରାଥମିକ ପ୍ରକ୍ରିୟା ଆରାମରେ ଅତିକ୍ରମ କରିଯାଇଥିଲେ। ଏହାପରେ ତାଙ୍କୁ ଟିକିନିଖି ଯାଞ୍ଚ କରିବା ପରେ ତାଙ୍କର ଅସଲି ଚେହେରା ସାମ୍ନାକୁ ଆସିଥିଲା। ସେ ଭାରତ ନାମକ ଜଣେ ବ୍ୟକ୍ତିଙ୍କ ଜରିଆରେ ଏହି କାରସାଦି କରିଥିଲେ ଏବଂ ଏଥିପାଇଁ ସେ ଆମେରିକା ଯିବା ପରେ ୩୦ ଲକ୍ଷ ଟଙ୍କା ଦେବେ କହିଥିଲେ।

Comments are closed.