Odisha Link
Bridging the Missing Links in Odisha

ବମ୍ବେରେ ଓଡିଆ ଝିଅ

ଭୁବନେଶ୍ୱର: ତାଙ୍କ ସ୍ୱପ୍ନ ଥିଲା ସୁପର ମଡେଲ୍‌ ହବା ପାଇଁ , ନହେଲେ କରନ୍‌ ଜୋହରଙ୍କ ସିନେମାର ହିରୋଇନ୍‌। ସେଇ ଆଶାକୁ ମନରେ ଜାବୁଡ଼ି ଧରି ନଇଶା ମାୟାନଗରୀ ଚାଲି ଆସିଥିଲେ। ଏବେ ତାଙ୍କ ସ୍ୱପ୍ନକୁ ମଧ୍ୟ ସେ ସାକାର କରିଦେଇଛନ୍ତି।
ନଇଶା ଭାର୍ଗବୀ ଭୁବନେଶ୍ୱରରେ ଜନ୍ମ ଗ୍ରହଣ କରିଥିଲେ । ପିଲାଦିନଟି ତାଙ୍କର ଦିଲ୍ଲୀରେ କଟିଥିଲା । ସେ ନ୍ୟୁୟର୍କର ‘ଲି ଷ୍ଟାର୍ସବର୍ଗ ଥିଏଟର ଓ ଫିଲ୍ମ ଇନ୍‌ଷ୍ଟିଚ୍ୟୁଟ୍‌’, ରେ ପାଠ ପଢିଛନ୍ତି । ତାପରେ ନଇଶା ମୁମ୍ବାଇର ମିଠିବାଇ କଲେଜ୍‌ ଅଫ୍‌ ଆର୍ଟ୍ସରେ ବିଏ ପଢ଼ିଥିଲେ । ପଢ଼ିବା ସମୟରେ ନଇଶା ମଡେଲିଂରେ ଜଗତରେ ପାଦଦେଲେ ।ଏହି ଆଡ୍‌ ତାଙ୍କୁ ପକେଟ୍‌ ମନି ଯୋଗାଇପାରିବ ବୋଲି ଭାବିଥିଲେ ।


ନଇଶାଙ୍କର ପ୍ରଥମ ଆଡ୍‌ର ଲୋକପ୍ରିୟତା ହେବାପରେ ତାଙ୍କୁ ଆଡ୍ ଓ କିଛି କ୍ୟାମ୍ପେନ୍‌ ପାଇଁ ମଧ୍ୟ ପ୍ରସ୍ତାବ ଆସିଲା। ନଇଶାଙ୍କ ବର୍ଣ୍ଣ ଶାମ୍ୟଳ ଥିବାରୁ ତାଙ୍କୁ ଅନେକ ସମୟରେ ସମାଲୋଚନାର ଶିକାର ହେବାକୁ ପଡ଼ୁଥିଲା। ତାପରେ ସେ କିଛି ଏପରି ବ୍ରାଣ୍ଡରେ କାମ କଲେ ଯେଉଁଠାରେ ତାଙ୍କ ବର୍ଣ୍ଣକୁ ସମ୍ମାନ ଦିଆଯାଉଥିଲା।


ବର୍ଣ୍ଣକୁ ନେଇ ଲୋକମାନଙ୍କର ଏକ ଭିନ୍ନ ମାନସିକତା ରହିଆସିଛି । ତାଙ୍କ ବର୍ଣ୍ଣକୁ ନେଇ ସମାଲୋଚନା କରୁନଥିବା ବ୍ରାଣ୍ଡ ସହ କାମ କରୁଛନ୍ତି ନଇଶା । ନଇଶା ମାଇକ୍ରୋମ୍ୟାକ୍ସ, ଜିପ୍‌, ଲୋରିଅଲ୍‌,ମେବେଲିନ୍‌ ଭଳି ବ୍ରାଣ୍ଡର ଆଡ୍‌ରେ କାମ କରିଛନ୍ତି।ନଇଶାଙ୍କ ମଡେଲ୍‌ ହେବାର ସ୍ୱପ୍ନ ପୂରଣ ହେବାପରେ ସେ ଆଗକୁ ସିନେମାରେ ଅଭିନୟ କରିବା ପାଇଁ ଚାହୁଁଛନ୍ତି।ନଇଶା କୁହନ୍ତି ଓଡ଼ିଶାର ଭୁବନେଶ୍ୱରକୁ ବହୁତ ଭଲ ପାଆନ୍ତି। ଭୁବନେଶ୍ୱରରେ ତାଙ୍କର ଜନ୍ମ ହୋଇଥିଲା। ଭୁବନେଶ୍ୱରରେ ତାଙ୍କ ଜେଜେ ବାପା ଏବଂ ଜେଜ ମାଆ ଅଛନ୍ତି । ସମୟ ମିଳିଲେ ନଇଶା ଭୁବନେଶ୍ୱରକୁ ବୁଲିବାକୁ ଆସନ୍ତି।

Comments are closed.