Odisha Link
Bridging the Missing Links in Odisha

ପୁଲିସକୁ ପିଟିଲେ ଜନତା

ମାଲକାନଗିରି: ପୁଣି ପୁଲିସ-ଜନତା ମୁହାଁମୁହିଁ। ଆଉ ଉତ୍ତ୍ୟକ୍ତ ଜନତାଙ୍କ ଆକ୍ରମଣର ଶିକାର ହୋଇଛନ୍ତି ପୁଲିସ। ପୁଲିସକୁ ଗୋଡ଼ାଇ ଗୋଡ଼ାଇ ଜନତା ପିଟିଛନ୍ତି। ଆଉ ଏହି ଅକ୍ରମଣରେ ୨ ଜଣ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ସ୍ୱାଭିମାନ ଅଞ୍ଚଳ ଯନ୍ତାପାଇରେ ଏଭଳି ଅଭାବନୀୟ ଘଟଣା ଘଟିଛି।
ପ୍ରକାଶ ଯେ, ସ୍ୱାଭିମାନ ଅଞ୍ଚଳ ଯନ୍ତାପାଇରେ ସନ୍ଦିଗ୍ଧ ଅବସ୍ଥାରେ ଜଣଙ୍କ ଶବ ମିଳିବାକୁ ନେଇ ଉତ୍ତେଜନା ଦେଖାଦେଇଥିଲା। ତେବେ ଯବାନମାନେ ତାଙ୍କୁ ହତ୍ୟା କରିଥିବା ଯନ୍ତାପାଇ ଲୋକେ ଅଭିଯୋଗ କରିଥିଲେ। ଏହାକୁ ନେଇ ପାପରମେଟଲା ଥାନା ପାଖରେ ଶବ ରଖି ଲୋକେ ମେଳି ବାନ୍ଧିଥିଲେ। ମୃତକ ଜଣକ ହେଲେ ରାଜୁ ହନ୍ତାଳ।
ପ୍ରକାଶ ଯେ, ଗତ ଶୁକ୍ରବାର ଦିନ ଯନ୍ତାପାଇ ସାପ୍ତାହିକ ହାଟରେ ରାଜୁ ହନ୍ତାଳ ଥିଲେ। ଏହି ସମୟରେ ତାଙ୍କର ଦୁଇ ଝିଅ ମଧ୍ୟ ତାଙ୍କ ସହିତ ଥିଲେ। ଦୁଇ ଜଣ ଲୋକ ବିଏସ୍‌ଏଫ୍‌ ଯବାନ ପରିଚୟ ଦେଇ ରାଜୁଙ୍କୁ ଡାକି ନେଇଥିଲେ । ଏହା ପରେ ସେ ଘରକୁ ନ ଫେରିବାରୁ ପରିବାର ଲୋକ ବିଏସ୍‌ଏଫ୍‌ କ୍ୟାମ୍ପକୁ ଯାଇଥିଲେ। ସେଠାରେ କିଛି ଖବର ନ ପାଇ ନିରାଶ ହୋଇ ଫେରିଥିଲେ। ତେବେ ଶନିବାର ଦିନ ଏକ ଅଙ୍ଗନବାଡ଼ି କେନ୍ଦ୍ରରୁ ତାଙ୍କ ମୃତ ଦେହକୁ ଉଦ୍ଧାର କରାଯାଇଥିଲା। ଏ ନେଇ ପରିବାର ଲୋକ ଥାନାରେ ଅଭିଯୋଗ କରିଛନ୍ତି।
ପୋଲିସ ମୃତ ଦେହକୁ ଜବତ କରି ବ୍ୟବଚ୍ଛେଦ କରାଇଛି। କିନ୍ତୁ ପରିବାର ଲୋକ ମୃତ ଦେହକୁ ଗ୍ରହଣ କରୁ ନାହାଁନ୍ତି। ରାଜୁଙ୍କୁ ଯବାନମାନେ ହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ଗତକାଲି ପାପରମେଟଲା ଥାନା ଘେରାଉ କରିଥିଲେ ଗ୍ରାମାବାସୀ। କିଏ ତାଙ୍କୁ ଡାକି ନେଇଥିଲା, ସଂପୃକ୍ତ ଯବାନକୁ ଗିରଫ କରିବାକୁ ଦାବି କରାଯାଇଛି।

Comments are closed.