Odisha Link
Bridging the Missing Links in Odisha

ବିଜେପି ପ୍ରାର୍ଥୀ ହେଲେ ସନତ ଗଡ଼ତିଆ

ଭୁବନେଶ୍ବର: ବିଜେପୁର ଉପନିର୍ବାଚନ ପାଇଁ ବିଜେପି ଆଜି ତାର ପ୍ରାର୍ଥୀ ଘୋଷଣା କରିଛି। ବିଜେପି ପୁଣିଥରେ ସନତ ଗଡ଼ତିଆଙ୍କ ଉପରେ ଭରଷା ରଖି ବିଜେପୁର ଉପ-ନିର୍ବାଚନ ପାଇଁ ଟିକେଟ୍‌ ଦେଇଛି। ଏହାପୂର୍ବରୁ ବିଜେପୁର ଉପନିର୍ବାଚନ ପାଇଁ ବିଜୁ ଜନତା ଦଳ ଓ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିସାରିଛି। ବିଜେଡି ପୂର୍ବତନ ବିଧାୟିକା ରୀତା ସାହୁଙ୍କୁ ପ୍ରାର୍ଥୀ କରିଥିବାବେଳେ କଂଗ୍ରେସ ଦିଲ୍ଲୀପ ପଣ୍ଡାଙ୍କୁ ପ୍ରାର୍ଥୀ କରିଛି।

ଏହାପୂର୍ବରୁ ସନତ ଗଡ଼ତିଆ ନାମାଙ୍କନ ଫର୍ମ କିଣି ସାରିଥିଲେ। ୨୦୧୮ ବିଜେପୁର ଉପନିର୍ବାଚନ ବେଳେ ବିଜେପି ଆଶୋକ ପାଣିଗ୍ରାହୀଙ୍କୁ ପ୍ରାର୍ଥୀ କରିଥିଲା। ତେବେ ଆଶ୍ଚର୍ଯ୍ୟର କଥା ୨୦୧୯ ସାଧାରଣ ନିର୍ବାଚନରେ ଦଳ ଅଶୋକଙ୍କ ବଦଳରେ ସନତ ଗଡ଼ତିଆଙ୍କୁ ପ୍ରାର୍ଥୀ କରିଥିଲା। ବିଜେପୁରରେ ନବୀନ ପଟ୍ଟନାୟକ ଲଢିବା ସତ୍ୱେ ସନତ ୫୦ ହଜାରରୁ ଊଦ୍ଧ୍ୱର୍ ଭୋଟ ପାଇପାରିଥିଲେ। ଆଗାମୀ ଉପନିର୍ବାଚନରେ ସନତ ହିଁ ପ୍ରାର୍ଥୀ ହେବା ପାଇଁ ପ୍ରମୁଖ ଦାବିଦାରଭାବେ ଉଭା ହୋଇଥିଲେ।

Comments are closed.