Odisha Link
Bridging the Missing Links in Odisha

ପୁରା ବିନ୍ଦାସ ମୁଡରେ ତାରା ପ୍ରସାଦ ବାହିନୀପତି, ଦେଖନ୍ତୁ ଭିଡିଓ

 

ଜୟପୁର: ରାଜନୀତିରେ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି କଂଗ୍ରେସ ନେତା ତାରା ପ୍ରସାଦ ବାହିନୀପତି। ୪ଦିନ ତଳେ ମଞ୍ଚ ଉପରେ ନାଚି ଲୋକଙ୍କ ମନ ଜିଣିଥିବା ଜୟପୁରର ବିଧାୟକ ତାରା ପ୍ରସାଦ ବାହିନୀପତି ପୁଣି ତାଙ୍କ ନାଚ ପାଇଁ ଚର୍ଚ୍ଚାରେ ଅଛନ୍ତି। ପୁଣିଥରେ ମଞ୍ଚ ଉପରେ ରଙ୍ଗୀନ ମିଜାଜରେ ପୁରା ବିନ୍ଦାସ ମୁଡରେ ନାଚି ଦର୍ଶକଙ୍କ ମନ ମୋହିଲେ ବିଧାୟକ।

ଶାରଦୀୟ ଦୁର୍ଗାପୂଜାକୁ ନେଇ ଜୟପୁର ସହରରେ ଗତକାଲି ଏକ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଥିରେ ଓଲିଉଡ୍‌ କଣ୍ଠଶିଳ୍ପୀମାନେ ଯୋଗଦେଇ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରୁଥିଲେ। ଏହି ସମୟରେ ତାରା ବାହିନୀପତି ମଞ୍ଚ ଉପରକୁ ଯାଇ ଏକ ସମ୍ବଲପୁରୀ ଗୀତରେ ଗାୟିକା ତପୁ ମିଶ୍ରଙ୍କ ରଙ୍ଗବତୀଗୀତର ଧୁନରେ ନାଚିଥିଲେ। ତାରାଙ୍କ ଏହି ନୃତ୍ୟ ମଞ୍ଚରେ ଉପସ୍ଥିତ ଦର୍ଶକଙ୍କୁ ବେଶ୍ ଆମୋଦିତ କରିଥିଲା

 

Comments are closed.