Odisha Link
Bridging the Missing Links in Odisha

ହାଉସ୍‌ଫୁଲ୍‌ ୪ର ସଙ୍ଗ୍‌ ‘ବାଲା’ ର ଟିଜର ରିଲିଜ

ଭୁବନେଶ୍ବର: ଫରାଦ ମାଝିଙ୍କ ନିର୍ଦ୍ଦେଶିତ ହାଉସ୍‌ଫୁଲ୍‌ ୪ ବକ୍ସ ଅଫିସ୍‌ରେ ଧମାଲ କରିବା ପାଇଁ ପ୍ରସ୍ତୁତ ହୋଇଯାଇଛି। ହାଉସ୍‌ଫୁଲ୍‌ ୪ କୁ ନେଇ ଅକ୍ଷୟ କୁମାରଙ୍କ ସହ ଅନ୍ୟ କଳାକାର ମଧ୍ୟ ବେଶ ଚର୍ଚ୍ଚାରେ ରହିଛନ୍ତି। ଏହି ସିନେମାର ଏକ ନୂଆ ଗୀତର ଟିଜର ରିଲିଜ ହୋଇଯାଇଛି । ଏହି ସିନେମାରେ କୃତିଙ୍କ ସହ ଅକ୍ଷୟ ରୋମାନ୍ସ କରୁଥିବାର ନଜରରେ ଆସିବେ।


ଅକ୍ଷୟ କୁମାର ଟ୍ଵିଟରରେ ଭିଡିଓ ସେୟାର କରିବା ସହ ଲେଖିଛନ୍ତି, ସୈତାନ କା ସାଲା ଅର୍‌ ରାବଣ ନେ ହେ ପାଲା, କ୍ୟା ଆପ୍‌ ଉସେ ଗିଲ୍‌ନେ କେ ଲିୟେ ତୟାର ହେ? ଏହି ଭିଡିଓରେ ଅକ୍ଷୟ କୁମାର ବୋଲ୍ଡ ଳୁକ୍‌ ସହ ଟ୍ରାଡିସନାଲ୍‌ ଆଉଟଫିଟ୍‌ ରେ ନଜର ଆସିଛନ୍ତି। ଏହି ଗୀତରେ କେବଳ ଗୋଟିଏ ଓ୍ଵାର୍ଡ- ବାଲା ହିଁ ବାରମ୍ବାର ଶୁଣିବାକୁ ମିଳିଛି। ରିପୋର୍ଟ ଅନୁଯାୟୀ ସିନେମାରେ ଅକ୍ଷୟ କୁମାର ବାଲା ଚରିତ୍ରରେ ନଜର ଆସିବେ। ଏହି ସିନେମାରେ ୬ ଜଣ ଷ୍ଟାର ରହିଛନ୍ତି, ଯେଉଁମାନେ ମୁଖ୍ୟ ଭୂମିକାରେ ନଜର ଆସିବେ। ଏହି ସିନମା୨୬ ଅକ୍ଟୋବରରେ ରିଲିଜ୍‌ ହେବ। ସିନେମାଟି ପାଇଁ ୭୫କୋଟି ଟଙ୍କା ବ୍ୟୟ ହୋଇଛି ଓ ସିନେମାଟି ପୂର୍ବ ଜନ୍ମ କାହାଣୀ ଉପରେ ଆଧାରିତ ଏବଂ ଏଥିରେ ୧୪୧୯ ମସିହା ଠାରୁ ଆରମ୍ଭ କରି ଆଜିର ସମୟ ୨୦୧୯ ପର୍ଯ୍ୟନ୍ତ ଦେଖିବାକୁ ମିଳିବ। ସିନେମାଟିକୁ ଦର୍ଶକ ମାନେ ଉତ୍ସାହର ସହ ଅନେଇ ଅଛନ୍ତି ।

Comments are closed.