Odisha Link
Bridging the Missing Links in Odisha

ସଲମାନଙ୍କ ଘରେ କ୍ରାଇବ୍ରାଞ୍ଚ ଚଢାଉ

ମୁମ୍ବାଇ: ବଲିଉଡ୍‌ ସୁପରଷ୍ଟାର ସଲମାନ୍‌ ଖାନ୍‌ଙ୍କ ବଙ୍ଗଳାରେ କ୍ରାଇମ୍‌ ବ୍ରାଞ୍ଚ ଚଢ଼ଉ କରିଥିଲା । ତାହା ଚାଞ୍ଚଲ୍ୟକର ସୃଷ୍ଟି କରି ଦେଇଥିଲା । କ୍ରାଇମ୍‌ ବ୍ରାଞ୍ଚ ସେଠାରୁ ଜଣେ ବ୍ୟକ୍ତିକୁ ଗିରଫ କରିଛି । ସେ ବ୍ୟକ୍ତି ଜଣକ ସଲମାନଙ୍କ ଗୋରାଇସ୍ଥିତ ବଙ୍ଗଳାକୁ ୨୦ ବର୍ଷ ଧରି ଏହି ଦେଖାଶୁଣା କରୁଥିଲା। ସେ ମୁମ୍ବାଇ ପୋଲିସର ମୋଷ୍ଟ ୱଣ୍ଟେଡ଼ ତାଲିକାରେ ରହିଥିଲେ ଓ ଗତ ୨୯ ବର୍ଷ ଧରି ପୁଲିସ୍‌ ତା’କୁ ଖୋଜିଆସୁଥିଲା। ସେ ବ୍ୟକ୍ତିଙ୍କ ନାମ ଶକ୍ତ ସିଦ୍ଧେଶ୍ୱର ରାଣା ୬୨ ବର୍ଷ ବୟସ୍କ ଏହି ଅପରାଧି ସଲମାନଙ୍କ ବଙ୍ଗଳାରେ କାମ କରୁଥିବା ପୁଲିସ୍‌ ଖବର ପାଇ ସେଠାରେ ଚଢ଼ଉ କରିଥିଲା। ସେ ପୋଲିସ୍ କୁ ଦେଖି ଦଉଡି ପଳାଉଥିଲା କିନ୍ତୁ ତାହା ସମ୍ଭବ ହେଇନଥିଲା ।


୧୯୯୦ ମସିହାରେ ଅଭିଯୁକ୍ତ ରାଣା ଓ ତା’ର କିଛି ସାଥୀ ଏକ ଚୋରି ମାମଲାରେ ଗିରଫ ହୋଇଥିଲେ। ଏହାପରେ ସେ ଜାମିନ୍‌ ରେ ଆସି ପୋଲିସକୁ ଲୁଚି ରହିଥିଲା । ତା’କୁ ଅନେକ ଥର କୋର୍ଟରେ ହାଜର ହେବାକୁ କୁହାଯାଇଥିଲେ ମଧ୍ୟ ସେ ଏଡ଼ାଇ ଆସିଥିଲା। ଏହାପରେ ତା’ ନାମରେ ଜାମିନ ବିହୀନ ଗିରଫ ପରୱାନା ଜାରି କରାଯାଇଥିଲା। ତା ବିରୋଧରେ ଆଇପିସି ଧାରା ୪୫୨,୩୯୭ ଏବଂ ୩୯୪ ଅନୁଯାୟୀ ମାମଲା ରୁଜୁ ହୋଇଛି।

Comments are closed.