Odisha Link
Bridging the Missing Links in Odisha

ପୁଣି ଚାକିରୀରୁ ବିଦା ହେଲେ ଦୁଇ ଯନ୍ତ୍ରୀ

ଭୁବନେଶ୍ବର: ଚାକିରୀରୁ ବିଦା ହୋଇଛନ୍ତି ଦୁଇ ଜଣ ଦୁର୍ନୀତିଗ୍ରସ୍ତ ଅଧିକାରୀ। ଉଭୟଙ୍କୁ ସରକାର ବାଧ୍ୟତାମୂଳକ ଅବସର ନେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଦୁଇ ଅଧିକାରୀ ହେଉଛନ୍ତି କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ପ୍ରାଣକୃଷ୍ଣ ପ୍ରସାଦ ଏବଂ ଉପ କାର୍ଯ୍ୟନର୍ବାହୀ ଯନ୍ତ୍ରୀ ଉମେଶ ଚନ୍ଦ୍ର ତ୍ରିପାଠୀ। ଉଭୟଙ୍କୁ ବାଧ୍ୟତାମୂଳକ ଅବସର ନେବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ପ୍ରାଣକୃଷ୍ଣ ପ୍ରସାଦଙ୍କ ନାଁରେ ଦୁଇଟି ଭିଜିଲାନ୍ସ କେସ୍ ରହିଛି। ସେହିଭଳି ଉମେଶ ଚନ୍ଦ୍ର ତ୍ରିପାଠୀଙ୍କ ନାଁରେ ୪ଟି ଭିଜିଲାନ୍ସ ମାମଲା ରହିଛି।

Comments are closed.