Odisha Link
Bridging the Missing Links in Odisha

ନୟାଗଡ଼: ଗରିବ ମହିଳାଙ୍କୁ ନ୍ୟାୟ ମିଳିଲାନି

ଭୁବନେଶ୍ବର: ଗତ ତିନି ପାଳି ଧରି ନୟାଗଡ଼ ବିଧାୟକ ଅରୁଣ କୁମାର ସାହୁଙ୍କୁ ବିଜେଡି ସୁପ୍ରିମୋ ନିରନ୍ତର ଅ‍ାଶୀର୍ବାଦ କରି ଅ‍ାସୁଥିବା ବେଳେ ଅ‍ାଗାମୀ ନିର୍ବାଚନରେ ମଧ୍ୟ ତାଙ୍କୁ ନୟାଗଡ଼ ବିଧାନସଭା ଅ‍ାସନ ଟିକେଟ ମିଳିବା ଏକ ପ୍ରକାର ନିଶ୍ଚିତ ହାେଇଯାଇଛି। ତେବେ ମହିଳାଙ୍କ ପାଇଁ ନାନାଦି ଦରଦ ଦେଖାଉଥିବା ମାନ୍ୟବର ଓଡ଼ିଶା ମୁଖ୍ୟମନ୍ତ୍ରୀ ନୟାଗଡ଼ରେ କିନ୍ତୁ ଅରୁଣଙ୍କ ଛତ୍ରଛାୟା ତଳେ ଠକେଇର ଶିକାର ହାେଇଥିବା ୫୦୦୦ ଗରିବ ମହିଳାଙ୍କୁ ୭ ବର୍ଷ ଧରି ନ୍ୟାୟ ଦେଇ ପାରୁନାହାନ୍ତି।

ଏବେ ବିଗତ କିଛି ସପ୍ତାହ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ମୁଖ୍ୟମନ୍ତ୍ରୀ ମିଶନ୍ ଶକ୍ତି ସମାବେଶ ମାନ ଅ‍ାୟୋଜନ କରି ବିଭିନ୍ନ ଯୋଜନାର ଘୋଷଣା କରିଥିଲେ ଯାହା ରାଜ୍ୟର ୭୦ ଲକ୍ଷ ମହିଳାଙ୍କୁ ଲାଭବାନ କରିବ ବୋଲି ସରକାରୀ ବିଜ୍ଞାପନ କହୁଛି। ଅଥଚ ସେଇ ମିଶନ୍ ଶକ୍ତିର ଅ‍ାଳରେ ୨୦୧୨-୧୩ ମସିହାରେ ନୟାଗଡ଼ରେ ୫୦୦୦ ମହିଳା ଠକେଇର ଶିକାର ହାେଇଚନ୍ତି। ଏ ଘଟଣାରେ ତତକାଳୀନ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ଅରୁଣ କୁମାର ସାହୁ ସଂଶ୍ଳିଷ୍ଟ ବୋଲି ଅଭିଯୋଗ ହେଉଛି।

ପୁରୀ ଜିଲ୍ଲା କାକଟପୁର ଅଞ୍ଚଳ କ୍ଷଣପ୍ରଭା ଓଝା ନାମକ ଜଣେ ମହିଳା ‘ଅସହାୟ ଶ୍ରମଜୀବୀ ମହିଳା ସମିତି’ ନାମରେ ଏକ ଅନୁଷ୍ଠାନ ଗଢ଼ି ନୟାଗଡ଼ରେ ଅନୁଷ୍ଠାନର କାୟା ବିସ୍ତାର ପାଇଁ ବିଧାୟକ ଅରୁଣ କୁମାର ସାହୁଙ୍କ ସହଯୋଗ ଲୋଡ଼ିଥିଲେ।

ସରକାରଙ୍କ ମିଶନ୍ ଶକ୍ତି ଯାୋଜନାରେ ଗରୀବ ଅସହାୟ ମହିଳାଙ୍କୁ ୩୦,୦୦୦ ଟଙ୍କାର ସୁଧ ବିହୀନ ଋଣ ଯୋଗାଇଦେବାକୁ କ୍ଷଣପ୍ରଭା ପ୍ରତିଶ୍ରୁତି ଦେଇଥିଲେ। ଏ ନେଇ ନୟାଗଡ଼ ଠାରେ ଏକ ବିଶାଳ ମହିଳା ସମାେବଶ ଅ‍ାୟୋଜିତ ହାେଇଥିଲା। ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଅରୁଣ କୁମାର ସାହୁ କ୍ଷଣପ୍ରଭାଙ୍କ କାର୍ଯ୍ୟକୁ ପ୍ରଶଂସା କରିବା ସହ ଏହି ଯୋଜନାର ପ୍ରଚାର କରିଥିଲେ। ଅରୁଣଙ୍କ ସହ ଉକ୍ତ ସଭାରେ ତତକାଳୀନ ନ଼ୟାଗଡ଼ ପଞ୍ଚାୟତ ସମିତି ଅଧ୍ୟକ୍ଷ, ଜିଲ୍ଲା ପରିଷଦ ସଦସ୍ୟ ଅ‍ାଦି ମଧ୍ୟ ଉପସ୍ଥିତ ଥିଲେ।

ପରବର୍ତ୍ତୀ ସମୟରେ ଏଜେଣ୍ଟ ମାନଙ୍କ ସହାୟତାରେ ମହିଳାମାନଙ୍କୁ ଏହି ଯୋଜନାର ଫର୍ମ ବିକ୍ରି କରାଯାଇ ଲକ୍ଷ ଲକ୍ଷ ଟଙ୍କା ଅ‍ାଦାୟ କରାଯାଇଥିଲା। ଯେଉଁମାନେ ଫର୍ମ ପୂରଣ କରି ଋଣ ପାଇଁ ଅ‍ାେବଦନ କରିବାକୁ ଅ‍ାସିଲେ ସେମାନଙ୍କ ଠାରୁ ୭,୨୦୦ ଟଙ୍କାର ସୁରକ୍ଷା ଅର୍ଥ ଅ‍ାଦାୟ କରାଗଲା। ଋଣ ହେବା ପରେ ଏହି ଅର୍ଥ ଫେରାଇ ଦିଅ‍ାଯିବ ବୋଲି ସଂସ୍ଥା ପକ୍ଷରୁ ପ୍ରତିଶ୍ରୁତି ଦିଅ‍ାଗଲା।

ନୟାଗଡ଼ରୁ ପ୍ରାୟ ୩ କୋଟି ଟଙ୍କା ଅ‍ାଦାୟ ସରିବା ପରେ କ୍ଷଣପ୍ରଭା ଓଝା ନିଜ ସଂସ୍ଥାର କାୟା କଟକ ଜିଲ୍ଲା ବଡ଼ମ୍ବାକୁ ବିସ୍ତାର କଲେ। ସେଠାରେ ଅରୁଣ ସାହୁଙ୍କ ସହ ନିଜର ଫଟୋ ଦେଖାଇ ମହିଳାଙ୍କ ବିଶ୍ବାସଭାଜନ ହେବାରେ ସେ ସମର୍ଥ ହାେଇଥିଲେ। ଅନୁରୂପ ଉପାୟରେ ସେଠାରୁ ମଧ୍ୟ ୫୦ ଲକ୍ଷରୁ ଅଧିକ ଟଙ୍କା ଅ‍ାଦାୟ କରିବା ପରେ ଉଭୟ ଅଞ୍ଚଳରେ ନିଜର ସଂସ୍ଥା ବନ୍ଦ କରି ୨୦୧୩ ଅ‍ାରମ୍ଭରେ କେଉଁଅ‍ାଡ଼େ ଫେରାର ହାେଇ ଯାଇଥିଲେ କ୍ଷଣପ୍ରଭା।

କ୍ରାଇମ ବ୍ରାଞ୍ଚରେ ମାମଲା କରିଥିବା ଅନ୍ୟତମ ଏଜେଣ୍ଟ ଗୌତମ ପ୍ରଧାନ ଗଣମାଧ୍ୟମକୁ ସୂଚନା ଦେଇଥିଲେ,

ଅରୁଣ କୁମାର ସାହୁଙ୍କ ସହ ନିଜର ଫଟୋ ଦେଖାଇ କ୍ଷଣପ୍ରଭା ଗରିବ ମହିଳାଙ୍କ ବିଶ୍ବାସ ଜିଣିଥିଲେ। ଏହି ବିଶ୍ବାସରେ ମହିଳାମାନେ ଅର୍ଥ ଜମା କରିଥିଲେ। ଟଙ୍କା ଫେରସ୍ତ ପାଇଁ ଏବେ ଲୋକେ ଅ‍ାମ ଭଳି ଏଜେଣ୍ଟମାନଙ୍କ ପଛରେ ପଡ଼ିଛନ୍ତି।

ଜୁନ୍ ୨୦୧୩ରେ କ୍ଷତିଗ୍ରସ୍ତ ମହିଳା ଓ ଏଜେଣ୍ଟମାନେ ଭୁବନେଶ୍ବର କ୍ରାଇମ ବ୍ରାଞ୍ଚରେ ଏ ନେଇ ଅଭିଯୋଗ କରିଥିଲେ। କ୍ଷଣପ୍ରଭାଙ୍କ ସହ ଅରୁଣ ସାହୁଙ୍କର ଅ‍ାର୍ଥିକ କାରବାର ଥିବା ସେତେବେଳେ ନୟାଗଡ଼ ଜିଲ୍ଲା କଂଗ୍ରେସ ଅଭିଯୋଗ କରିଥିଲା।

କେବଳ ଏହି ଠକେଇ ନୁହେଁ, ସି-ସୋର୍ ଚିଟ ଫଣ୍ଡ ଠକେଇରେ ସାମିଲ ଥିବା ଅଭିଯୋଗ ହେବା ପରେ ବି ୨୦୧୪ରେ ଅରୁଣ ସାହୁ ନୟାଗଡ଼ରୁ ବିଜେଡି ଟିକେଟରେ ବିଧାୟକ ହାେଇଥିଲେ। କିନ୍ତୁ ମହିଳାମାନଙ୍କୁ ଅର୍ଥ ଫେରସ୍ତ ମିଳିନଥିଲା। ଏ ଭିତରେ ଅରୁଣ ଦଳମୁଖିଅ‍ା ନବୀନଙ୍କର ଅଧିକ ନିକଟତର ହାେଇଥିବା ବେଳେ ତାଙ୍କୁ ଏଥର ବି ଟିକେଟ ମିଳିବା ସୁନିଶ୍ଚିତ ବୋଲି ତାଙ୍କ ନିକଟତମ ମହଲରୁ ଜଣାପଡ଼ୁଛି। କିନ୍ତୁ ୭ ବର୍ଷ ପରେ ବି ନୟାଗଡ଼ ଓ ବଡ଼ମ୍ବାର ଅସହାୟ ମହିଳାମାନେ ଏବେ ବି ନ୍ୟାୟ ପାଇବା ଅପେକ୍ଷାରେ ଅଛନ୍ତି।

ପଢ଼ନ୍ତୁ ଏ ସମ୍ପର୍କିତ ବିସ୍ତାର ରିପୋର୍ଟ www.odishastory.comରେ

http://www.odishastory.com/2019/03/11/seven-years-on-nayagarh-poor-women-yet-to-get-justice/

Comments are closed.