ଦିଲ୍ଲୀରେ ପଦ୍ମ ଧରିଲେ ଦାମୋଦର

ଭୁବନେଶ୍ବର: ବିଜାପିକୁ ରାଜ୍ୟରୁ ହଟାିବା ପାଇଁ କଂଗ୍ରେସ୍ ସହ ବିଜେଡିର ମେଣ୍ଟ ପ୍ରସ୍ତାବ ରଖୁଥିବା ଦାମୋଦର ରାଉତ ଆଜି ବିଜେପିକୁ ଆପଣେଇ ନେଇଛନ୍ତି।
ଆଜି ସଂଧ୍ୟାରେ ନୂଆଦିଲ୍ଲୀର ବିଜେପି ଜାତୀୟ ମୁଖ୍ୟାଳୟ ଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପିର ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଓ ଓଡ଼ିଶା ପ୍ରଭାରୀ ଅରୁଣ ସିଂହଙ୍କ ଉପସ୍ଥିତିରେ ଦାମୋଦର ଦଳରେ ଯୋଗ ଦେଇଛନ୍ତି।
ଦାମୋଦର କହିଛନ୍ତି,
ବହୁତ ଭାବିଲା ପରେ ମୁଁ ବିଜେପିରେ ଯୋଗଦେବାକୁ ନିଷ୍ପତ୍ତି ନେଲି। ଓଡ଼ିଶାରୁ ନବୀନ ସରକାରଙ୍କୁ ବିଦା କରିବା ପାଇଁ ମୁଁ କାମ କରିବି।
ଦାମୋଦରଙ୍କୁ ପୂର୍ବରୁ ବିଜେଡିରୁ ବହିଷ୍କାର କରାଯାଇଥିଲା।