ବିଜେପିରେ ଯୋଗଦେଲେ ବଳଭଦ୍ର ମାଝୀ

ନୂଆଦିଲ୍ଲୀ: ନବରଙ୍ଗପୁରର ସାଂସଦ ତଥା ନିକଟରେ ବିଜେଡି ଛାଡ଼ିଥିବା ବଳଭଦ୍ର ମାଝୀ ଆଜି ବିଜେପିରେ ଯୋଗ ଦେଇଛନ୍ତି। ନୂଆଦିଲ୍ଲୀ ସ୍ଥିତ ଦଳର ମୁଖ୍ୟାଳୟରେ ବିଜେପିର ଜାତୀୟ ଅଧ୍ୟକ୍ଷ ଅମିତ ଶାହାଙ୍କୁ ଭେଟି ସେ ଦଳରେ ଯୋଗ ଦେଇଛନ୍ତି।
ଆଜିର ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଦଳର ଓଡ଼ିଶା ପ୍ରଭାରୀ ମରୁଣ ସିଂହ, ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ଦଳା ଓଡ଼ିଶା ମୁଖ୍ୟ ବସନ୍ତ ପଣ୍ଡା ଓ ବରିଷ୍ଠ ନେତା କନକ ବର୍ଦ୍ଧନ ସିଂହଦେଓ ପ୍ରମୁଖ ଉପସ୍ଥିତ ଥିଲେ।
ଦଳୀୟ କାର୍ଯ୍ୟକ୍ରମରେ ଅସନ୍ତୋଷ ପ୍ରକାଶ କରି ଦୁଇଦିନ ତଳେ ସେ ବିଜେଡି ଛାଡ଼ିଥିଲେ। ଦଳ ଭିତରେ କ୍ରମଶଃ ସେ ଅଲୋଡ଼ା ହେବା ପରି ଅନୁଭବ କରୁଥିଲେ।
Comments are closed.