Odisha Link
Bridging the Missing Links in Odisha

ଅ‍ାଜି ଘୋଷଣା ହାେଇପାରେ ବିଜେଡିର ୪ର୍ଥ ପ୍ରାର୍ଥୀ ତାଲିକା

ଭୁବନେଶ୍ବର: ବିଜୁ ଜନତା ଦଳ ପକ୍ଷରୁ ଉଭୟ ସଂସଦୀୟ ଓ ବିଧାନସଭା କ୍ଷେତ୍ର ନିମନ୍ତେ ଅ‍ାଜି ୪ର୍ଥ ତାଲିକା ପ୍ରକାଶ ପାଇପାରେ। ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଏହି ତାଲିକା ଘୋଷଣା କରିବେ।

ପୂର୍ବରୁ ତିନି ପର୍ଯ୍ୟାୟରେ ମୋଟ ୯ ଜଣ ସାଂସଦ ପ୍ରାର୍ଥୀ ଓ ୬୫ ଜଣ ବିଧାୟକ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ବିଜେଡି। ପ୍ରଥମ ପର୍ଯ୍ୟାୟରେ ୯ ଜଣ ସାଂସଦ ଓ ୫୪ ଜଣ ବିଧାୟକ ପ୍ରାର୍ଥୀଙ୍କ ନାମ ଘୋଷଣା ହାେଇଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟରେ ୯ ଜଣ ବିଧାୟକ ପ୍ରାର୍ଥୀଙ୍କ ନାମ ଯୋଡ଼ାଯାଇଛି। ତେବେ ୩ୟ ପର୍ଯ୍ୟାୟରେ ଦଳ ମାତ୍ର ଦୁଇ ଜଣ ବିଧାୟକ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।

ଦଳର ୧୨ ଜଣ ସାଂସଦ ପ୍ରାର୍ଥୀ ଓ ୮୨ ଜଣ ବିଧାୟକ ପ୍ରାର୍ଥୀଙ୍କ ନାମ ଏଯାଏଁ ଘୋଷଣା ହାେଇ ନଥିବା ବେଳେ ଅ‍ାଜି ଚତୁର୍ଥ ତାଲିକା ପ୍ରକାଶ ପାଇବ ବୋଲି ସୂଚନା ମିଳିଛି।

Comments are closed.