Odisha Link
Bridging the Missing Links in Odisha

ଧର୍ମେନ୍ଦ୍ରଙ୍କ ଗିିରଫ ଦାବି କଲା ବିଜେଡି

ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ବିଜେଡିର ପ୍ରତିନିଧି ଦଳ ଫେରାଦ ହୋଇଛନ୍ତି।

ବିଜେଡି ଅଭିଯୋଗ କରିଛି, ନିର୍ବାଚନ ଅଧିକାରୀ କାର୍ଯ୍ୟରେ ବାଧା ଦେବା ଅଭିଯୋଗରେ ଯଦି ପ୍ରଦୀପ ମହାରଥୀଙ୍କୁ ଗିରଫ କରାଗଲା ତେବେ କାହିଁକି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ  । ସେ ମଧ୍ୟ ବୁର୍ଲାରେ ହେଲିକପ୍ଟଟ ଯାଞ୍ଚ ବେଳେ ଫ୍ଲାଇଂ ସ୍କ୍ଵାର୍ଡକୁ ବାଧା ଦେବାସହ ତାଙ୍କ ସହିତ ବଚସା କରଥିଲେ ତାଙ୍କୁ ନାଲିଆଖି ଦେଖାଇଥିଲେ ।

ବୁର୍ଲାରେ ହେଲିକପ୍ଟଟ ଯାଞ୍ଚ ବେଳେ ଘଟଣା ସ୍ଥଳରେ ଫ୍ଲାଇଂ ସ୍କ୍ଵାର୍ଡ ଅଧିକାରୀଙ୍କ ସହ କେନ୍ଦ୍ରମନ୍ତ୍ରୀଙ୍କ ଯୁକ୍ତିତର୍କ ଭିଡିଓ ମଧ୍ୟ ଗଣମାଧ୍ୟମରେ ପ୍ରସାରିତ ହୋଇଥିଲା । ତେଣୁ ତେବେ ଯଦି ମହାରଥୀଙ୍କୁ ଗିରଫ କରାଗଲା ତା ହେଲେ ଧର୍ମେନ୍ଦ୍ର ପ୍ରଧାନଙ୍କୁ କାହିଁକି ଗିରଫ କରାଯାଉନି କି କାର୍ଯ୍ୟାନୁଷ୍ଠାନ ନିଆଯାଇନି ବୋଲି ବିଜେଡି ପ୍ରଶ୍ନ କରିଛି।

ବିଜେଡି ପ୍ରତିନିଧି ଦଳ ମଧ୍ୟରେ ମୁଖପାତ୍ର ସସ୍ମିତ ପାତ୍ର, ମୁଖପାତ୍ର ସୁଲତା ଦେଓ ଏବଂ ମୁଖପାତ୍ର ଲେନିନ୍‌ ମହାନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଧର୍ମେନ୍ଦ୍ରଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟନୁଷ୍ଠାନ ନେବାକୁ ଦାବି କରିଛନ୍ତି।