Odisha Link
Bridging the Missing Links in Odisha

ତୃତୀୟ ପର୍ଯ୍ୟାୟ ନିର୍ବାଚନ: ମହିଳାଙ୍କ ଦାୟିତ୍ୱରେ ୩୮ ମତଦାନ କେନ୍ଦ୍ର

ଭୁବନେଶ୍ୱର: ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨ଟି ବିଧାନସଭା ଆସନରେ ୯୨.୫୭ ଲକ୍ଷ ଭୋଟର ଆସନ୍ତାକାଲି ମୋଟ ୪୧୭ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ଏସବୁ ଆସନରେ ୭ଲକ୍ଷ ୧୧ହଜାର ୨୭୮ଜଣ ଭୋଟର ପ୍ରଥମଥର ପାଇଁ ନିଜର ମତାଧିକାର ସାବ୍ୟସ୍ତ କରିବେ। ସମ୍ପୂର୍ଣ୍ଣ ଭାବେ ମହିଳା କର୍ମଚାରୀଙ୍କ ଦାୟିତ୍ୱରେ ୩୮ଟି ମତଦାନ କେନ୍ଦ୍ର ସମେତ ମୋଟ ୧୦,୪୬୪ଟି ମତଦାନ କେନ୍ଦ୍ର ହୋଇଛି। ଏଥିରୁ ୩୧୮୬ଟି ମତଦାନ କେନ୍ଦ୍ର ଅତ୍ୟନ୍ତ ସମ୍ବେଦନଶୀଳ ବୋଲି ଜଣାପଡ଼ିଛି।

ଆସନ୍ତାକାଲି ତୃତୀୟ ପର୍ଯ୍ୟାୟରେ କଟକ,ପୁରୀ,ଭୁବନେଶ୍ୱର,ସମ୍ବଲପୁର,ଢେଙ୍କାନାଳ, କେନ୍ଦୁଝର ଲୋକସଭା ଆସନ ଓ ଏହା ଅନ୍ତର୍ଗତ ବିଧାନସଭା ଆସନଗୁଡ଼ିକରେ ଭୋଟଗ୍ରହଣ ହେବ।

୪୭,୯୯,୦୩୦ଜଣ ପୁରୁଷ ଭୋଟର, ୪୪,୫୬,୭୨୯ଜଣ ମହିଳା ଭୋଟର ଓ ୧୧୬୩ଜଣ ତୃତୀୟ ଲିଙ୍ଗ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ।

ଲୋକସଭା ଆସନ ପାଇଁ ୬ଜଣ ମହିଳାଙ୍କ ସମେତ ମୋଟ ୬୧ଜଣ ପ୍ରାର୍ଥୀ ଓ ବିଧାନସଭା ପାଇଁ ୩୭ଜଣ ମହିଳା ଓ ଜଣେ କିନ୍ନରଙ୍କ ସମେତ ମୋଟ ୩୫୬ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର। ନିର୍ବାଚନ ପରିଚାଳନା ପାଇଁ ମତଦାନ କେନ୍ଦ୍ରରେ ମୋଟ ୬୮,୪୨୨ଜଣ କର୍ମଚାରୀ ନିୟୋଜିତ ହୋଇଛନ୍ତି।

Comments are closed.