Odisha Link
Bridging the Missing Links in Odisha

ପୁଲିସ ବସ ଘଟାଇଲା ଦୁର୍ଘଟଣା, ୨୦ ଆହତ

ଭୁବନେଶ୍ୱର: ଜନତା ମଇଦାନରେ ଦୁର୍ଘଟଣା । ଆଉ ଏହି ଦୁର୍ଘଟଣା ଘଟାଇଛି ପୁଲିସ ବସ । ପୁଲିସ ବସର ସିରିଜ ଦୁର୍ଘଟଣାରେ ୨୦ରୁ ଅଧିକ ଆହତ ହୋଇଛନ୍ତି । ଏହି ଦୁର୍ଘଟଣାରେ ୨ଟି କାର ଓ ୨ଟି ବସ କ୍ଷତିଗ୍ରସ୍ତ ହୋଇଛି ।

ପ୍ରକାଶ ଯେ, ଜନତା ମଇଦାନରୁ ବାହାରୁଥିବା ଏକ ପୁଲିସ ବସ ଏକ ଯାତ୍ରୀବାହୀ ବସକୁ ପ୍ରଥମେ ପିଟିଥିଲା । ପଛରୁ ଧକ୍କା ଖାଇ ଯାତ୍ରୀବାହୀ ବସଟି ସାମ୍ନାରେ ଯାଉଥିବା ୨ଟି କାରକୁ ଧକ୍କା ଦେଇଥିଲା । ତେବେ ଉଭୟ ପଛ ଓ ଆଗରୁ ଧକ୍କା ଖାଇ ଯାତ୍ରୀବାହୀ ବସରେ ଥିବା ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ଏହି ଦୁର୍ଘଟଣାରେ ମୋଟ ୪ଟି ଗାଡ଼ି କ୍ଷତିଗ୍ରସ୍ତ ହୋଇଥିବାବେଳେ ପୁଲସ ବସର ଡ୍ରାଇଭର ଓ କାର ଡ୍ରାଇଭର ଆହତ ହୋଇଛନ୍ତି ।

Comments are closed.