Odisha Link
Bridging the Missing Links in Odisha

ଜନସଂଖ୍ୟାରେ ଚୀନକୁ ଟପିବ ଭାରତ: ଜାତିସଂଘ

ନୂଆଦିଲ୍ଲୀ: ଭାରତ ବର୍ତ୍ତମାନ ସବୁେକ୍ଷେତ୍ରରେ ବିକାଶ କରୁଛି। ଠିକ୍‌ ସେହିଭଳି ଜନସଂଖ୍ୟାରେ ମଧ୍ୟ ବିକାଶ କରୁଛି ଭାରତ। କାରଣ ୨୦୨୭ ସୁଦ୍ଧା ଭାରତର ଜନସଂଖ୍ୟା ଚୀନକୁ ଟପିଯିବ ବୋଲି ଜାତିସଂଘ ପକ୍ଷରୁ କୁହାଯାଇଛି| ଅର୍ଥାତ୍‌ ମାତ୍ର ଆଉ ୮ବର୍ଷ ମଧ୍ୟରେ ଭାରତ ଜନସଂଖ୍ୟା ବୃଦ୍ଧିରେ ପ୍ରଥମ ସ୍ଥାନ ହାସଲ କରିବ। ଜାତିସଂଘ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ବର୍ତ୍ତମାନ ଜନସଂଖ୍ୟାରେ ପ୍ରଥମ ସ୍ଥାନରେ ଥିବା ଚୀନକୁ ଭାରତ ପଛରେ ପକାଇଦେବ|ଜାତିସଂଘ କହିଛି ଯେ ୨୦୫୦ ସୁଦ୍ଧା ଭାରତର ଜନସଂଖ୍ୟାରେ ୨୭ କୋଟି ବୃଦ୍ଧି ହୋଇପାରେ| ଯାହାଫଳରେ ଭାରତ ଦୁନିଆର ସବୁଠାରୁ ଅଧିକ ଜନସଂଖ୍ୟା ଦେଶ ଭାବେ ପରିଗଣିତ ହୋଇଯିବ|ସଂଯୁକ୍ତ ରାଷ୍ଟ୍ରର ଆର୍ଥିକ ଓ ସାମାଜିକ ମାମଲା ବିଭାଗ ପକ୍ଷରୁ ଦି ୱାର୍ଲଡ ପପୁଲେସନ ପ୍ରସପେକ୍ଟସ ୨୦୧୯ ରିପୋର୍ଟ ପ୍ରକାଶ ପାଇଛି| ଏଥିରେ ଆଗାମୀ ୩୦ ବର୍ଷ ଯାଏଁ କେତେ ଜନସଂଖ୍ୟା ବୃଦ୍ଧି ଘଟିବ ତାହା ଦର୍ଶାଯାଇଛି|ଏହି ରିପୋର୍ଟରେ ଦର୍ଶାଯାଇଛି ଯେ ବିଶ୍ୱର ଜନସଂଖ୍ୟା ଏ ହିଁ ଶତାବ୍ଦୀ ଶେଷ ଆଡ଼କୁ ସର୍ବାଧିକ ସ୍ତରରେ ପହଞ୍ଚି ଯିବ|ଜାତିସଂଘ ପକ୍ଷରୁ ଆକଳନ କରାଯାଇଛି ଯେ ୨୦୫୦ ସୁଦ୍ଧା ୯ଟି ଦେଶର ଜନସଂଖ୍ୟା ସବୁଠାରୁ ଅଧିକ ବୃଦ୍ଧି ଘଟିବ| ଏହି ସବୁ ଦେଶ ହେଲେ ଭାରତ, ନାଇଜେରିଆ, ପାକିସ୍ତାନ, କଙ୍ଗୋ, ଇଥିଓପିଆ, ତାଞ୍ଜାନିଆ, ଇଣ୍ଡୋନେସିଆ, ମିଶର ଓ ଆମେରିକା| ତେବେ ଏହି ତାଲିକାରେ ଚୀନର ଜନସଂଖ୍ୟା ସେତେଟା ବଢିବ ନାହିଁ ବୋଲି ଦର୍ଶାଯାଇଛି|

Comments are closed.