Odisha Link
Bridging the Missing Links in Odisha

ଟ୍ରେନ୍ ଲାଇନ୍‌ରେ କଟିଗଲେ ଯୁବକ

ବାରିପଦା : ବାଲେଶ୍ବର-ବାଙ୍ଗିରିପୋଷି ଡିଏମୟୁ ଟ୍ରେନ୍ ରେ କଟି ଯାଇ ଯୁବକଙ୍କ ମୃତ୍ୟୁ ହୋଇଛି । ବାରିପଦା ସ୍ଥିତ ପାଲବଣି ନିକଟରେ ଘଟି ଯାଇଛି ଏଭଳି ଏକ ଦୁଃଖଦ ଘଟଣା।
ମିଳିଥିବା ସୂଚନା ଅନୁସାରେ, ବାଲେଶ୍ବର-ବାଙ୍ଗିରିପୋଷି ଡିଏମୟୁ ବାଲେଶ୍ବରରୁ ବାଙ୍ଗିରିପୋଷି ଅଭିମୁଖେ ଯାଉଥିବା ସମୟରେ ଘଟିଛି ଦୁର୍ଘଟଣା । ଟ୍ରେନଟି ଆସୁଥିବା ସମୟରେ ଯୁବକ ଜଣକ ହଠାତ୍ ଟ୍ରେନ୍ ର ଅତି ନିକଟରେ ଧାରଣା ଉପରେ ଶୋଇ ପଡିଥିଲେ । ଫଳରେ ଟ୍ରେନରେ କଟି ତାଙ୍କର ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶବ ଉଦ୍ଧାର କରିବା ସହିତ ତଦନ୍ତ ଆରମ୍ଭ କରିଛି । ତେବେ ଏ ପର୍ଯ୍ୟନ୍ତ ମୃତକଙ୍କ ପରିଚୟ ମିଳିପାରିନାହିଁ।

Comments are closed.