Odisha Link
Bridging the Missing Links in Odisha

କ୍ରିକେଟ ବିଶ୍ବକପ୍‌: ପ୍ରଥମଥର ପାଇଁ ୪ଟି ୱିକେଟକିପର ସହ ବିଶ୍ୱକପ୍ ଖେଳିବ ଏହି ଟିମ୍

ନୂଆଦିଲ୍ଲୀ: କ୍ରିକେଟ ମହାକୁମ୍ଭ ୨୦୧୯ ହାତେଇବା ପାଇଁ ୧୦ଟି ଦଳ ମଧ୍ୟରେ ଚାଲିଛି କଡ଼ା ଟକର।କେଉଁ ଦଳ ବିଶ୍ବକପ୍‌ ବିଶ୍ୱକପ ବିଜୟୀ ହେବ ତାହା କେବଳ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍‌ ଦିନ ଜଣା ପଡ଼ିବ। କିନ୍ତୁ ଚଳିତ ବିଶ୍ବକପ୍‌ ପାଇଁ ବର୍ଷା ଏବଂ ଖେଳାଳୀ ଆଘାତ ହେବା ଏକ ବଡ଼ କାରଣ। ଏହାଦ୍ବାରା ଅନେକ କ୍ରିକେଟ ପ୍ରେମୀ ମଧ୍ୟ ନିରାଶ ହୋଇଥିବାର ଜଣାଯାଇଛି। ସବୁଦଳ ପରି ଟିମ୍‌ ଇଣ୍ଡିଆ ମଧ୍ୟ ଅସୁବିଧାର ସମ୍ମୁଖୀନ ହୋଇଛି। କାରଣ ଦଳର ଅପନର ବ୍ୟାଟସମ୍ୟାନ୍‌ ଶିଖର ଧଓ୍ବନ ବିଶ୍ବକପ୍‌ ଟିମରୁ ବାଦ ପଡ଼ିଛନ୍ତି। ହେଲେ କିଛି ଖେଳାଳୀଙ୍କୁ ଆଘାତ ଲାଗିବା କାରଣରୁ ସହଯୋଗୀ ଖେଳାଳିଙ୍କ ଭାଗ୍ୟ ଫିଟିଛି ଏବଂ ସେ ବିଶ୍ୱକପ କ୍ରିକେଟରେ ସ୍ଥାନ ପାଇପାରିଛନ୍ତି । ଏଭଳି ଟିମ୍ ଇଣ୍ଡିଆ ସହ ହିଁ ହୋଇଛି ଯେତେବେଳେ ଇଣ୍ଡିଆର ଷ୍ଟାର ବଲେବାଜ ଶିଖର ଧାୱନ ବିଶ୍ୱକପରୁ ବାହାରି ଯାଇଛନ୍ତି ଏବଂ ତାଙ୍କ ସ୍ଥାନରେ ଯୁବ କ୍ରିକେଟର ଋଷଭ ପନ୍ଥଙ୍କୁ ସ୍ଥାନ ମିଳିଛି । ତେବେ ଋଷଭଙ୍କୁ ପ୍ଲେଇଙ୍ଗ ଏକାଦଶରେ ସ୍ଥାନ ମିଳିବ କି ନାହିଁ, ତାହା ସମୟ କହିବ। ବର୍ତ୍ତମାନ ଟିମ୍ ଇଣ୍ଡିଆ ପାଖରେ ୪ଟି ୱିକେଟକିପର ଅଛନ୍ତି।


ଟିମରେ ବର୍ତ୍ତମାନ ୱିକେଟକିପିଂ ଭାର ସମ୍ଭାଳିଛନ୍ତି ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ତାଙ୍କର ରିଜର୍ଭ ଓ୍ବିକେଟକିପର ଭାବେ ୱିକେଟକିପର ଦିନେକ କାର୍ତ୍ତିକ ମଧ୍ୟ ବିଶ୍ବକପ୍‌ ଟିମ୍‌ରେ ଉପଲବ୍ଧ ଅଛନ୍ତି। ଏହାସହ କେ.ଏଲ ରାହୁଲ ମଧ୍ୟ ବିଶ୍ବକପ୍‌ ଟିମ୍‌ରେ ସାମିଲ ଅଛନ୍ତି। ଏହା ପୂର୍ବରୁ କେ.ଏଲ ରାହୁଲ ଆଇପିଏଲରେ ପଞ୍ଜାବ ଓ ବେଙ୍ଗାଲୁରୁ ତରଫରୁ ୱିକେଟକିପିଂ କରିସାରିଛନ୍ତି। ଅନ୍ୟପଟେ ଶିଖରଙ୍କ ସ୍ଥାନରେ ଟିମରେ ସ୍ଥାନ ପାଇଥିବା ଋଷଭ ପନ୍ଥ ମଧ୍ୟ ୱିକେଟକିପର ବ୍ୟାଟସମ୍ୟାନ୍ ଅଟନ୍ତି । ଏହା ପୂର୍ବରୁ ଆଇପିଏଲରେ ଦିଲ୍ଲୀ ତରଫରୁ ଓ ଟେଷ୍ଟ ମ୍ୟାଚରେ ଟିମ୍ ଇଣ୍ଡିଆରୁ ୱିକେଟକିପିଂ କରିସାରିଛନ୍ତି ଋିଷଭ ପନ୍ଥ।। ଯଦି କୌଣସି ମ୍ୟାଚରେ ଏହି ୪ ଜଣଙ୍କୁ ଏକାସାଙ୍ଗେ ପ୍ଲେଇଙ୍ଗ ଏକାଦଶରେ ସ୍ଥାନ ମିଳେ, ତେବେ ବିଶ୍ୱକପ ଇତିହାସରେ ବୋଧେ ଏହା ପ୍ରଥମଥର ହେବ ଯେ, ଗୋଟିଏ ଟିମରେ ୪ ଜଣ ୱିକେଟକିପର ଖେଳିବାର ବିଶ୍ବ ରେକର୍ଡ ହେବ।

Comments are closed.