Odisha Link
Bridging the Missing Links in Odisha

ରାଷ୍ଟ୍ରପତି ଏକକ ନିର୍ବାଚନ ପ୍ରସ୍ତାବକୁ ସମର୍ଥନ ଦେଲେ

ନୂଆଦିଲ୍ଲୀ: ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ସଂସଦର ପ୍ରଥମ ଅଧିବେଶନରେ ଉଭୟ ଲୋକସଭା ଓ ରାଜ୍ୟସଭାର ସମସ୍ତ ସାଂସଦମାନଙ୍କୁ ଉଦ୍‌ବୋଧନ ଦେଇଛନ୍ତି। ଏହାସହ ରାଷ୍ଟ୍ରପତି ରାମନାଥ କୋବିନ୍ଦ କେନ୍ଦ୍ର ସରାକାରଙ୍କ ଏକକ ନିର୍ବାଚନ ପ୍ରସ୍ତାବ ପ୍ରସଂଗରେ ନିଜର ସମର୍ଥନ ଜଣାଇଛନ୍ତି। ଏକକ ନିର୍ବାଚନ ଏକ ବିକାଶ ରାଷ୍ଟ୍ର ଗଠନ କରିବାରେ ସହାୟକ ହେବ ବୋଲି କହି ସାଂସଦମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଏହି ପ୍ରସ୍ତାବକୁ ସମର୍ଥନ କରିବାକୁ ପରାମର୍ଶ ଦେଇଛନ୍ତି। ଗତ କେତେ ଦଶଂନ୍ଧି ଭିତରେ ଭାଗ ଭାଗ ହୋଇ ନିର୍ବାଚନ ହେଉଥିବା ହେତୁ ଏହା ଦେଶର ବିକାଶ ଉପରେ ବିଶେଷ ପ୍ରଭାବ ପକଇ ଆସୁଛି ବୋଲି ସେ ମତ ରଖିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକକ ନିର୍ବାଚନକୁ ନେଇ ଆଲୋଚନା କରିବାକୁ ଏକ ବୈଠକ ଡକାଇବାର ଠିକ୍‌ ପରଦିନ ରାଷ୍ଟ୍ରପତି କୋବିନ୍ଦ ତାଙ୍କର ସମର୍ଥନ ଦେଇଛନ୍ତି।

Comments are closed.