Odisha Link
Bridging the Missing Links in Odisha

ସଚିବାଳୟରେ ରାଜ୍ୟ ମନ୍ତ୍ରୀପରିଷଦ ବୈଠକ ଆରମ୍ଭ

ଭୁବନେଶ୍ବର: ସଚିବାଳୟରେ ରାଜ୍ୟ ମନ୍ତ୍ରୀପରିଷଦ ବୈଠକ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଆରମ୍ଭ ହୋଇଛି। ଏହି ବୈଠକରେ ବିଭାଗୀୟ ମନ୍ତ୍ରୀ ମଧ୍ୟ ଯୋଗ ଦେଇଛନ୍ତି। ଏହି ବୈଠକରେ ୨୦୧୯-୨୦ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ଚିଠା ବଜେଟକୁ ଅନୁମୋଦନ ମିଳିବାର ସମ୍ଭାବନା ରହିଛି। ଏହାସହ ବଜେଟରେ କେଉଁ କେଉଁ କ୍ଷେତ୍ରକୁ ପ୍ରାଧାନ୍ୟ ଦିଆଯିବ ତା’ ଉପରେ ବି ଆଲୋଚନା ହେବ। ବଜେଟର ଆକାର କେତେ ହେବ ତାହା ମଧ୍ୟ ଚୂଡ଼ାନ୍ତ ହେବ ବୋଲି ବାଳଇ ସୂଚନା ରହିଛି। ସୂୂଚନାଥାଉକି, ଜୁନ୍ ୨୮ତାରିଖରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଧାନସଭାରେ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି।

Comments are closed.