Odisha Link
Bridging the Missing Links in Odisha

ଯୁକ୍ତ ଦୁଇ ପାଠ୍ୟକ୍ରମ ଆବେଦନର ସମୟସୀମା ବୃଦ୍ଧି

ଭୁବନେଶ୍ବର: ଯୁକ୍ତ ଦୁଇ ନାମଲେଖା ଆବେଦନର ସମୟସୀମା ବୃଦ୍ଧି କରାଯାଇଛି। ଛାତ୍ରଛାତ୍ରୀମାନେ ଜୁନ୍ ୨୫ ଯାଏ ଆବେଦନ କରିପାରିବେ। ଏହା ସହ ଜୁନ୍ ୨୬ ଯାଏ ଅଫଲାଇନରେ ମଧ୍ୟ ଆବେଦନ କରିହେବ। ଜୁଲାଇ ୨ରେ ପ୍ରଥମ ମେରିଟ୍ ଲିଷ୍ଟ୍ ପ୍ରକାଶ ପାଇବା ସହ ଜୁଲାଇ ୩ରୁ ୬ ଯାଏ ପ୍ରଥମ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା ହେବ। ସେହିପରି ଜୁଲାଇ ୧୨ରେ ଦ୍ୱିତୀୟ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ ସହ ଜୁଲାଇ ୧୨ରୁ ୧୬ ଯାଏ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା ଚାଲିବ। ଏହା ପରେ ଜୁଲାଇ ୨୯ ତାରିଖରୁ ସମସ୍ତ କଲେଜରେ ପାଠପଢା ଆରମ୍ଭ ହୋଇଯିବ ବୋଲି ସୂଚନା ରହିଛି ।

Comments are closed.