Odisha Link
Bridging the Missing Links in Odisha

ଅମିତ ଓ ବ୍ରଜଭୂଷଣ ପାଇବେ ୨୦୧୮ OSJA ବାର୍ଷିକ ପୁରସ୍କାର

ଭୁବନେଶ୍ବର: ଅର୍ନ୍ତଜାତୀୟ ହକି ଖେଳାଳି ଅମିତ ରୋହିତ ଦାସ ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ (OSJA)ପକ୍ଷରୁ ୨୦୧୮ ବର୍ଷ ପାଇଁ ସ୍ପୋର୍ଟସ୍‌ ପରସନ ଆଓ୍ବାଡ଼ ପାଇଁ ମନୋନୀତ ହୋଇଛନ୍ତି। ସେହିପରି ଦ୍ରୋଣାଚାର୍ଯ୍ୟ ଆଓ୍ବାର୍ଡ ପାଇଥିବା ବକ୍ଦିଂ କୋଚ ବ୍ରଜ ଭୂଷଣ ମହାନ୍ତିଙ୍କୁ ୨୦୧୮ ବର୍ଷ ଲାଇଫଟାଇମ୍‌ ଆଚିଭମେଣ୍ଟ ଆଓ୍ବାଡ଼ ପାଇଁ ମନୋନୀତ ହୋଇଛନ୍ତି। ୨୦୧୭ ମସିହାରୁ ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ (OSJA)ଓ ସ୍ପୋର୍ଟସ୍‌ ଜରନାଲିଷ୍ଟ ଫେରେଡସନ ଅଫ୍‌ ଇଣ୍ଡିଆ(SJFI) ମିଳିତ ଆନୁକୁଲ୍ୟରେ ରାଜ୍ୟର ଉତ୍ତମ ଖେଳାଳିଙ୍କ ସହିତ କ୍ରୀଡ଼ା କିମ୍ବଦନ୍ତିଙ୍କୁ ପୁରସ୍କୃତ କରି ଆସୁଛନ୍ତି। ଆଗାମୀ ୨୯ ତାରିଖରେ ଭୁବନେଶ୍ବରର ଏକ ତାରକା ହୋଟେଲରେ ଅମିତ ଏବଂ ବ୍ରଜ ଭୂଷଣଙ୍କୁ ପୁରସ୍କୃତ କରାଯିବ ବୋଲି ସୂଚନା ରହିଛି।

ସୂଚନାଥାଉକି, ଅମିତ ରୋହିତ ଦାସ ବର୍ତ୍ତମାନ ଭାରତୀୟ ହକି ଦଳର ଜଣେ ନିୟମିତ ସଦସ୍ୟ। ସେ ୨୦୧୭ ଢାକା ଏସିଆ କପ୍‌ ଓ ପୁରୁଷ ହକି ଫାଇନାଲ ଭୁବନେଶ୍ବର ୨୦୧୯ର ସ୍ବର୍ଣ୍ଣ ବିଜେତା ଭାରତୀୟ ଦଳର ସଦସ୍ୟ ଥିଲେ। ଏହା ସହ ୨୦୧୩ ଇଫୋ ଏସିଆ କପ ୨୦୧୮ ବ୍ରେଡା ଚାମ୍ପିଆନସିପ୍ ଟ୍ରଫିରେ ସିଲଭର ବିଜେତା ଭାରତୀୟ ହକି ଦଳର ସଦସ୍ୟ ଥିଲେ। ୨୦୧୭ ମସିହାରେ ଓଡ଼ିଶାର ଖ୍ୟାତି ସମ୍ପର୍ଣ୍ଣ ବକ୍ସିଂ କୋଚ ବ୍ରଜ ଭୂଷଣ ମହାନ୍ତି ସମ୍ମାନ ଜନକ ଦ୍ରୋଣାଚାର୍ଯ ଆୱାଡ ପାଇଥିଲେ। ଏଥିସହ ସେ ୨୦୦୨ ରୁ ୨୦୧୧ ପର୍ଯ୍ୟନ୍ତ ଭାରତୀୟ ବକ୍ସି ଦଳର କୋଚ ମଧ୍ୟ ଥିଲେ।

Comments are closed.