Odisha Link
Bridging the Missing Links in Odisha

ସାପ କାମୁଡାରେ ଚାଲିଗଲା ମା’ ଓ ଝିଅଙ୍କ ଜୀବନ

ନବରଙ୍ଗପୁର : ପାପଡାହାଣ୍ଡି ବ୍ଳକ୍ କାନାରିଚୁଆଁ ଗାଁରେ ସାପ କାମୁଡାରେ ମା’ ଓ ଝିଅଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଗୁରୁବାର ରାତିରେ ସେମାନେ ଶୋଇଥିବା ଅବସ୍ଥାରେ ଏକ ବିଷଧର ସାପ କାମୁଡିଥିଲା । ଏହା ଜଣାପଡିଲା ପରେ ପରିବାର ଲୋକ ଶୁକ୍ରବାର ସକାଳେ ଉଭୟଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଉଭୟଙ୍କ ମୃତ୍ୟୁ ଘଟିଛି ।

Comments are closed.