Odisha Link
Bridging the Missing Links in Odisha

ଅନ୍ତର୍ଜାତୀୟ ଯୋଗ ଦିବସ: ନିଆରା ଶୈଳୀରେ ଟିମ୍‌ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଲେ ସ୍କୁଲ ପିଲା

ନୂଆଦିଲ୍ଲୀ: ଆଜି ଭାରତ ସମେତ ସାରା ବିଶ୍ୱରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଛି। ଚେନ୍ନାଇରେ ମଧ୍ୟ ଯୋଗ ଦିବସ ପଳାନ କରାଯାଇଛି। ଏହି ଯୋଗ ଦିବସ ଅବସରରେ ଚେନ୍ନାଇର ସ୍କୁଲ ପିଲାମାନେ ଯୋଗ ତ କରିଥିଲେ, କିନ୍ତୁ ଏହା ସହ ଏକ ନିଆରା ଶୈଳୀରେ ଯୋଗ କରି ଟିମ୍ ଇଣ୍ଡିଆକୁ ବିଶ୍ୱକପ୍ ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ପିଲାମାନେ ବିଶ୍ୱକପ ଟ୍ରଫିର ଆକୃତି କରି ଭାରତୀୟ ଟିମକୁ ଶୁଭେଚ୍ଛା ଜଣାଇଛନ୍ତି। କ୍ରିକେଟ୍ ବିଶ୍ୱକପ୍ ତା’ର ଅଫିସିଆଲ୍ ଟ୍ୱିଟର୍ ହ୍ୟାଣ୍ଡଲରେ ଏକ ଫଟୋ ପୋଷ୍ଟ କରିଛି। ଏଥିରେ ଲେଖା ଯାଇଛି ଯେ, ଚେନ୍ନାଇର ଏହି ସ୍କୁଲ୍ ପିଲାଙ୍କର ଭାରତୀୟ କ୍ରିକେଟ୍ ଟିମ୍ ଏବଂ ଅନ୍ତର୍ଜାତୀୟ ଯୋଗ ଦିବସ ପାଇଁ ଅବିଶ୍ୱସନୀୟ ପ୍ରତିଶ୍ରୁତିବଦ୍ଧ।

ସୂଚନାଯୋଗ୍ୟ, ବିଶ୍ୱକପରେ ଭାରତୀୟ ଟିମ ଏପର୍ଯ୍ୟନ୍ତ ଦମଦାର ପ୍ରଦର୍ଶନ କରିଆସିଛି। ଟିମର ଖେଳାଳି ମଧ୍ୟ ଦମଦାର ଫର୍ମରେ ଅଛନ୍ତି। କ୍ରିକେଟ ମହାକୁମ୍ଭରେ ଭାରତୀୟ ଟିମ୍ ଏପର୍ଯ୍ୟନ୍ତ ଚାରୋଟି ମ୍ୟାଚ୍ ଖେଳିଛି ଏବଂ ଏଥିରୁ ୩ ବିଜୟ ହାସଲ କରିଥିବା ବେଳେ ଗୋଟିଏ ବର୍ଷା ଯୋଗୁ ବାତିଲ ହୋଇଥିଲା। ବର୍ତ୍ତମାନ ପଏଣ୍ଟ ଟେବୁଲର ଚତୁର୍ଥ ସ୍ଥାନରେ ଅଛି ଭାରତ। ଗତକାଲି ଭାରତ ତା’ର ପଞ୍ଚମ ମୁକାବିଲାରେ ଆଫଗାନିସ୍ତାନକୁ ଭେଟିବ।

Comments are closed.