Odisha Link
Bridging the Missing Links in Odisha

୨୩ରେ ବସିବ ରାଜ୍ୟ ବିଜେପିର ବିଧାୟକ ଦଳ ବୈଠକ

ଭୁବନେଶ୍ବର : ଆସନ୍ତା ୨୩ରେ ବସିବାକୁ ଯାଉଛି ରାଜ୍ୟ ବିଜେପିର ବିଧାୟକ ଦଳର ବୈଠକ । ଏହି ବୈଠକରେ ବିରୋଧୀ ଦଳ ନେତା ଚୟନ ହେବ । କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ସାଂସଦ ସରୋଜ ପାଣ୍ଡେ ବୈଠକରେ ଉପସ୍ଥିତ ରହିବେ ବୋଲି ଦଳୀୟ ଉପସଭାପତି ସମୀର ମହାନ୍ତି ସୂଚନା ଦେଇଛନ୍ତି ।
ଜୁନ୍ ୨୫ରୁ ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହେବ । ତେବେ ବିରୋଧୀ ଦଳ ନେତା ରେସରେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ରଙ୍କ ସହ ଭବାନୀପାଟଣାର ବିଧାୟକ ପ୍ରଦୀପ୍ତ ନାଏକଙ୍କ ନାଁ ରହିଛି । ସେହିଭଳି କେନ୍ଦୁଝର ବିଧାୟକ ମୋହନ ମାଝୀ ଓ ଧାମନଗର ବିଧାୟକ ବିଷ୍ଣୁ ସେଠୀଙ୍କ ନାଁ ବି ଚର୍ଚ୍ଚା ହୋଇପାରେ ।

Comments are closed.