Odisha Link
Bridging the Missing Links in Odisha

ବିଜେଡ଼ି ସହ ଗୁପ୍ତ ନୁହେଁ, ଖୋଲା ବୁଝାମଣା ହୋଇଛି

ଭୁବନେଶ୍ବର: ଅଶ୍ୱିନୀ ବୈଷ୍ଣବଙ୍କୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ। ବିଜେପି ପ୍ରାର୍ଥୀଙ୍କୁ ବିଜେଡ଼ି କଣ ପାଇଁ ସମର୍ଥନ କରୁଛି ଉଭୟ ବିଜେଡ଼ି ଓ ବିଜେପି କର୍ମୀ ମଧ୍ୟ ରହସ୍ୟ ଘେରରେ ଅଛନ୍ତି। ଏହି ସମୟରେ ବିଜେପି ରାଜ୍ୟସଭା ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେଡି ସମର୍ଥନ ପ୍ରସଙ୍ଗରେ ମୁହଁ ଖୋଲିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ‘ଗଣତନ୍ତ୍ରରେ ବୁଝାମଣାର ଆବଶ୍ୟକତା ଥାଏ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଶ୍ୱିନୀଙ୍କୁ ସମର୍ଥନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଥିଲେ । ପରେ ମୁଖ୍ୟମନ୍ତ୍ରୀ ମଧ୍ୟ ଅଶ୍ୱିନୀଙ୍କୁ ଖୋଲାଖୋଲି ସମର୍ଥନ କଲେ’ ବୋଲି କହିଛନ୍ତି ଧର୍ମେନ୍ଦ୍ର। ତେଣୁ ଏହା ଗୁପ୍ତ ବୁଝାମଣା ନୁହେଁ, ବରଂ ଖୋଲା ବୁଝାମଣା ବୋଲି ଧର୍ମେନ୍ଦ୍ର କହିଛନ୍ତି । ଏହା ସହ ସେ କହିଛନ୍ତି ଯେ, ରାଜ୍ୟର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଏହି ବୁଝାମଣା ହୋଇଛି । ବୁଝାମଣା ପଛରେ ବିକାଶ ହିଁ ମୂଳ ଲକ୍ଷ୍ୟ, ଏହା ହିଁ ଓଡିଶା ପାଇଁ ଲାଭଦାୟକ ହେବ’। ଏବଂ ଏହାଦ୍ବାରା କାହାର ଲାଭ ଓ କ୍ଷତି ହେବ ତାହା ସମୟ କହିବ ବୋଲି ଧର୍ମେନ୍ଦ୍ର କହିଛନ୍ତି।

ତେବେ ରାଜ୍ୟର ବିକାଶ ପାଇଁ ଡବଲ ଇଞ୍ଜିନର ପ୍ରୟୋଗ ଉଭୟ ବିଜେଡ଼ି ଏବଂ ବିଜେପି କରୁଥିବା କଥାକୁ ଆଡ଼େଇ ହେବ ନାହିଁ। ବିଜେଡ଼ି-ବିଜେପିର ସମ୍ପର୍କରେ ଏକ ନୂଆ ମୋଡ଼ ଆସିଥିବାବେଳେ ଏହା କେତେ ସମୟ ପର୍ଯ୍ୟନ୍ତ ତିଷ୍ଟି ରହିବ ତାହା ସମୟ କହିବ।

Comments are closed.