Odisha Link
Bridging the Missing Links in Odisha

ଊପବାଚସ୍ପତି ନିର୍ବାଚନ ଆଜି

ଭୁବନେଶ୍ବର: ଆଜି ବିଧାନସଭା ଉପବାଚସ୍ପତି ନିର୍ବାଚନ ହେବ। ଏନେଇ ଗତକାଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଗୃହରେ ବିଧିବଦ୍ଧ ଘୋଷଣା କରିଛନ୍ତି। ପ୍ରଶ୍ନକାଳ ଶେଷ ହେବା ମାତ୍ରେ ବାଚସ୍ପତି ଗତକାଲି ମଧ୍ୟାହ୍ନ ୧୨ ଟା ସୁଦ୍ଧା ଉପବାଚସ୍ପତି ନିର୍ବାଚନ ପାଇଁ ଇଚ୍ଛୁକ ସଦସ୍ୟମାନେ ବିଧାନସଭା ସଚିବଙ୍କ ନିକଟରେ ଆବେଦନ ପତ୍ର ଦାଖଲ କରିବାକୁ ଆହ୍ୱାନ କରିଥିଲେ। ସେହି ଅନୁଯାୟୀ ଶାସକ ଦଳ ପ୍ରାର୍ଥୀ ଭାବେ ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହ ଆବେଦନ କରିଥିଲେ। ପୂର୍ବରୁ ଏହି ପଦ ଲାଗି ବିଜେଡି ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂହଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିସାରିଛି। ଅନ୍ୟପକ୍ଷରେ ବିରୋଧୀ ଦଳ ପକ୍ଷରୁ ଉପବାଚସ୍ପତି ପଦବୀ ପାଇଁ କାହାରିକୁ ପ୍ରାର୍ଥୀ କରାଯାଇନଥିବାରୁ ଶ୍ରୀ ସିଂହ ର୍ନିଦ୍ୱନ୍ଦରେ ନିର୍ବାଚିତ ହେବା ଏକରକମ ସ୍ପଷ୍ଟ ହୋଇଛି।

Comments are closed.