Odisha Link
Bridging the Missing Links in Odisha

ପ୍ରଧାନଶିକ୍ଷକଙ୍କ କାଣ୍ଡ କାରନାମା

ଚୌଦ୍ବାର : ଟାଙ୍ଗୀ ଚୌଦ୍ବାର ବ୍ଲକ୍ ଅନ୍ତର୍ଗତ ବଣିପଦା ପଞ୍ଚାୟତ ଗୋପାଳପୁର ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ କାରନାମା ଦେଖିବାକୁ ମିଳିଛି । ପ୍ରଚୁର ମଦ ପିଇ ଡେରିରେ ସ୍କୁଲକୁ ଆସିଥିଲେ। ମାତ୍ର ପିଲାମାନେ ଅପେକ୍ଷା କରି ଘରକୁ ଯିବାପରେ ପ୍ରଧାନଶିକ୍ଷକ ରଥ ଟୁଡୁ ଆସିଥିଲେ ।
ନିଶାରେ ଚୁର ହୋଇ ବିଳାପ କରିଥିଲେ। ତାଙ୍କୁ ଗ୍ରାମବାସୀ ମାନେ ଘରେ ପୁରାଇ ବାହାରୁ ବନ୍ଦ କରି ଦେଇଥିଲେ । ବାହାରକୁ ଆସିଲା ପରେ ଟିକିଏ ରମ୍ ପିଇଥିବା କହିବା ସହ ଏଠାରେ ରହିବାକୁ ଚାହୁଁ ନ ଥିବା କହିଥିଲେ। ଶିକ୍ଷକ ଜଣକ ସବୁଦିନେ ଏପରି ମଦ ପିଇ ଆସୁଥିବା ଗ୍ରାମବାସୀମାନେ କହିଛନ୍ତି।

Comments are closed.